କରୋନା ମହାମାରୀରୁ ବଞ୍ଚାଇବା ପାଇଁ କୁକୁର କରିବ ସାହାଯ୍ୟ, ଶୁଙ୍ଘି କରି ଲଗାଇବ ଭାଇରସର ସନ୍ଧାନ

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏହି ମାରାତ୍ମକ ଭୂତାଣୁ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇ ହୋଇସାରିଥିବା ବେଳେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏମିତି ସ୍ଥିତିରେ ପ୍ରତ୍ୟେକ ଦେଶର ବୈଜ୍ଞାନିକମାନେ ଦିନରାତି ଏକ କରି ଏହି ଭୂତାଣୁ ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଏହି ଭୂତାଣୁ ବ୍ୟାପିବାକୁ କିପରି ରୋକାଯାଇପାରିବ ତାହାକୁ ନେଇ ଅନେକ ଚେଷ୍ଟା ଚାଲିଛି। କିନ୍ତୁ ଏହି ମହାମାରୀକୁ ରୋକିବାରେ କୁକୁରମାନଙ୍କ ସହାୟତା ନିଆଯିବ। କୁକୁର ଶୁଙ୍ଘି ଏହି ଭୂତାଣୁ ଚିହ୍ନଟ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

dog

ସାଧାରଣତଃ ମଣିଷ ତୁଳନାରେ କୁକୁରର ଘ୍ରାଣଶକ୍ତି ୧୦ ହଜାର ଗୁଣ ଅଧିକ। ଖାଲି ଏତିକି ନୁହେଁ, ଡ୍ରଗ୍ସ ଏବଂ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାର କ୍ଷମତା ମଧ୍ୟ କୁକୁରମାନଙ୍କର ରହିଛି। ଲଣ୍ଡନ୍‌ ସ୍କୁଲ ଅଫ୍‌ ହାଇଜିନ୍‌ ଏବଂ ଟ୍ରପିକାଲ ମେଡିସିନ୍‌ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୁକୁରମାନେ ଶ୍ୱାସରୋଗ ସହିତ ଜଡ଼ିତ ଯେକୌଣସି ରୋଗକୁ ସହଜରେ ଜାଣିପାରିଥାନ୍ତି। କୁକୁରମାନେ ଶୁଙ୍ଘି ମ୍ୟାଲେରିଆ ଭଳି ରୋଗ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ । ଏହି କଥା ଜଣାପଡ଼ିବା ପରେ ବ୍ରିଟେନ୍‌ର ଚାରିଟେବୁଲ ଟ୍ରଷ୍ଟ ବୈଜ୍ଞାନିକମାନଙ୍କ ସହିତ ମିଶି ଏହା ଉପରେ ଗବେଷଣା ଜାରି ରଖିଛି। କୁକୁର କରୋନା ଭାଇରସ୍‌ ଚିହ୍ନଟ କରିବାରେ ସହଯୋଗ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି, ଏନେଇ କୁକୁରମାନଙ୍କୁ ସ୍ୱତନ୍ତ୍ର ତାଲିମ ଦେବାକୁ ପଡ଼ିବ। ଏଥିସହ ଉକ୍ତ ସଂସ୍ଥା ଏହା ଉପରେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି।

ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଏବଂ ଟ୍ରପିକାଲ ମେଡିସିନ୍‌ର ରୋଗ ନିୟନ୍ତ୍ରଣ ମୁଖ୍ୟ କହିଛନ୍ତି, କୁକୁରମାନେ ମ୍ୟାଲେରିଆକୁ ସଠିକ୍‌ ଭାବରେ ଚିହ୍ନଟ କରିବାରେ ସକ୍ଷମ ଅଟନ୍ତି। ତେଣୁ ମହାମାରୀ କରୋନା ଭୂତାଣୁ ଚିହ୍ନଟ କରିବାରେ କୁକୁରମାନେ ସହାୟକ ହେବେ ବୋଲି ବୈଜ୍ଞାନିକ ଆଶା ଓ ବିଶ୍ୱାସ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.