Below header

ମାସ୍କ ଓ ପିପିଇ କିଟ୍‌ କିଣା ଘଟଣାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ, ଦୁଇମାସ ମଧ୍ୟରେ ହେବ ରିପୋର୍ଟ ଦାଖଲ

କେନ୍ୟୁଜ ବ୍ୟୁରୋ : ମାସ୍କ ଓ ପିପିଇ କିଟ୍‌ କିଣା ଘଟଣାରେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଭିଜିଲାନ୍ସ ଏସପି ବା ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ଲାଗି ଲୋକାୟୁକ୍ତ କହିଛନ୍ତି । ଲୋକାୟୁକ୍ତଙ୍କ ଦୁଇ ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ ଓ ଜଷ୍ଟିସ ବି କେ ନାୟକ ମାମଲାର ଶୁଣାଣି କରିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ କିଣା ଯାଇଥିବା ମାସ୍କ ଓ ଅନ୍ୟ କୋଭିଡ଼ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ତେଣୁ ପ୍ରକୃତ ଘଟଣା ସମ୍ପର୍କରେ ଜାଣିବା ଲାଗି ଭିଜିଲାନ୍ସ ତଦନ୍ତ ଆବଶ୍ୟକତା ରହିଥିବା କହିଛନ୍ତି ଲୋକାୟୁକ୍ତ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.