Below header

ଆଇସିଏମଆର ସହଭାଗିତାରେ କୋଭାକ୍ସିନ୍‌ ତିଆରି କରୁଛି ଭାରତ ବାୟୋଟେକ୍‌, ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି ଲୋଡ଼ିଲା

କେନ୍ୟୁଜ ବ୍ୟୁରୋ : କରୋନା ଲଢେଇରେ ଆଉ ଏକ ଖୁସି ଖବର । ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି ଲୋଡ଼ିଲା ଭ୍ୟାକ୍ସିନ୍‌ କମ୍ପାନୀ ଭାରତ ବାୟୋଟେକ୍‌ । ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ଆଇସିଏମ୍‌ଆରର ସହଭାଗିତାରେ କୋଭାକ୍ସିନ୍‌ ତିଆରି କରୁଛି ଭାରତ ବାଓଟେକ୍‌ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨୬ ହଜାର ସ୍ୱେଚ୍ଛାସେବୀ ପ୍ରତି ୨୮ ଦିନ ବ୍ୟବଧାନରେ ଦୁଇଟି ଇଣ୍ଟ୍ରା ମସ୍କୁଲାର ଇଞ୍ଜେକ୍ସନ୍‌ ନେଇଛନ୍ତି ।

ପୂର୍ବରୁ କୋଭାସ୍କିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ହୋଇଛି । ହଜାରେ ଅଂଶଗ୍ରହଣକାରୀଙ୍କ ଉପରେ ଏହାର ପରୀକ୍ଷଣ ହୋଇଥିଲା । ପରୀକ୍ଷଣରୁ କୋଭାକ୍ସିନ ଟିକା ସୁରକ୍ଷିତ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଥିବା ଜଣାପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.