ବଲିଉଡ୍‌ରେ କରୋନା ଆତଙ୍କ, ବରୁଣଙ୍କ ପରେ ଏବେ କ୍ରିତି ସାନନ ମଧ୍ୟ କରୋନା ପଜିଟିଭ ଚିହ୍ନଟ

କରୋନା କାରଣରୁ ଲକଡାଉନ ହେବା ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁଟିଂ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଏବେ ଗତ କିଛିଦିନ ହେଲାଣି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। କିନ୍ତୁ ଫିଲ୍ମ ସୁଟିଂ ହେବା ଦିନରୁ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଜଣାଶୁଣା ସେଲିବ୍ରିଟି କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ବରୁଣ ଧୱନ, ସନ୍ନି ଦେଓଲ, କିଆରା ଆଡଭାନୀ, ନୀତୁ କପୁରଙ୍କ ପରେ ଏବେ ଅଭିନେତ୍ରୀ କ୍ରିତି ସାନନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।


ରିପୋର୍ଟ ମୁତାବକ, ରାଜକୁମାର ରାଓଙ୍କ ସହିତ ନିଜର ଅପକମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବା କ୍ରିତିଙ୍କୁ କରୋନା ହୋଇଛି। ଚଣ୍ଡିଗଡ଼ରେ ଚାଲିଥିବା ଫିଲ୍ମ ସୁଟିଂ ବେଳେ କରୋନା ପଜିଟିଭି ହୋଇଥିବା ଖବର ଜଣାପଡିଛି। ସେ କରୋନା ପଜିଟିଭି ହୋଇଥିବା ଟ୍ବିଟ୍ କରି ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.