ଆଜି ତୃତୀୟ ଟି- ୨୦ ମ୍ୟାଚ୍, ‘କ୍ଲିନ ସୁଇପ୍’ କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ଟିମ୍ ଇଣ୍ଡିଆ ଆଜି ତୃତୀୟ ଟି- ୨୦ ମ୍ୟାଚ୍ ଖେଳିବ ।  ସିଡନୀ ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଆଉ ଏକ ବିଜୟ ସହ ସିରିଜ ‘କ୍ଲିନ୍ ସୁଇପ’ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ସବୁ ଚେଷ୍ଟା କରିବ।

ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜ କବ୍ଜା କରିସାରିଥିବା ଟିମ ଇଣ୍ଡିଆ ଆଜିର ମ୍ୟାଚ୍କୁ ହାଲ୍କା ଭାବେ ନେବ ନାହିଁ। ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ସିରିଜକୁ ହାତେଇବାକୁ ବିରାଟଙ୍କ ନିକଟରେ ସୁଯୋଗ ରହିଛି । ଟି ନଟରାଜନଙ୍କ ଶୃଙ୍ଖଳିତ ବୋଲିଂ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରଥମ ୨ଟି ମ୍ୟାଚ୍ ରେ ସେ ୫ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ମଙ୍ଗଳବାର ଆରୋନ୍ ଫିଞ୍ଚ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ପ୍ରଥମ ଟି-ଟ୍ୱେଣ୍ଟିରେ ସେ ଆହତ ହୋଇ ଦ୍ୱିତୀୟ ମ୍ୟାଚ୍ ଖେଳିପାରି ନଥିଲେ। ବର୍ତ୍ତମାନ ସେ ଫିଟ୍ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.