ପୋଲିସର ପରିଚୟ ଦେଇ ଲୁଟିନେଲେ ୪ଲକ୍ଷର ଅଳଙ୍କାର

ବ୍ରହ୍ମପୁର(କେନ୍ୟୁଜ୍) : ଖଲ୍ଲିକୋଟ କଲେଜ ନିକଟରେ ଜଣେ ମହିଳାଙ୍କଠାରୁ ସୁନା ଚେନ୍, ମୁଦି ଓ ଚୁଡି ଲୁଟ୍ କଲେ ଦୁର୍ବୃତ୍ତ । ଆଜି ସକାଳେ ମହିଳା ଜଣଙ୍କ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଚାରି ଜଣ ବ୍ୟକ୍ତି ଦୁଇଟି ମୋଟର ସାଇକେଲରେ ଆସି ପୋଲିସର ପରିଚୟ ଦେଇ ଲୁଟ୍ କରି ଫେରାର ହୋଇଯାଇଥିଲେ । ଲୁଟ୍ର ଶୀକାର ହୋଇଥିବା ମହିଳା ହେଉଛନ୍ତି ହିଲପାଟଣାର ସଂଯୁକ୍ତା ପାଢୀ । ଏନେଇ ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.