ଏଟିଏମ୍ କାର୍ଡ଼କୁ ନେଇ ଏସବିଆଇ କଲା ବଡ଼ ଘୋଷଣା : ଶୀଘ୍ର ବଦଳାନ୍ତୁ ନଚେତ୍ ଭୋଗିପାରନ୍ତି ଅସୁବିଧା

ଦେଶର ସବୁଠାରୁ ବଡ଼ ବ୍ଯାଙ୍କ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଏଟିଏମ୍ କାର୍ଡ଼କୁ ନେଇ ଏକ ବଡ଼ ନିର୍ଣ୍ଣୟ ନେଇଛି। ବ୍ଯାଙ୍କ ତାହାର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ୍ କରି ଗ୍ରାହକଙ୍କୁ ସୂଚନା ପ୍ରଦାନ କରିଛନ୍ତି।ଏଥି ଅନ୍ତର୍ଗତ ପୁରୁଣା ମ୍ଯାଗ୍ନେଟିକ୍ ଡ଼େବିଡ଼୍ କାର୍ଡ଼କୁ ୨୦୧୮ ମସିହାର ଶେଷ ପର୍ଯ୍ଯନ୍ତ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ। ଏଣୁ ଗ୍ରାହକଙ୍କୁ ସମୟ ଥାଇ ନିଜର କାର୍ଡ଼ ବଦଳିବାକୁ ପଡ଼ିବ।

ଏସବିଆଇ ଟ୍ବିଟ କରି ଲେଖିଛନ୍ତି, “ଆଇବିଆଇର ଗାଇଡ଼ ଲାଇନ୍ ଅନୁଯାୟୀ, ଆପଣ ନିଜର ମ୍ଯାଜିଷ୍ଟିପ୍ ଡ଼େବିଟ କାର୍ଡ଼କୁ ଇଏମଭି ଚିପ୍ ଡ଼େବିଟ କାର୍ଡ଼ରେ ୨୦୧୮ମସିହା ଶେଷ ଯାଏଁ ବଦଳାଇବାକୁ ପଡ଼ିବ। ଏସବିଆଇ ଏହାର ଲିଙ୍କ ମଧ୍ୟ ଶେୟାର କରିଛି।“

ବ୍ଯାଙ୍କ ତରଫରୁ ଏହା ମଧ୍ୟ କୂହାଯାଇଛି , ଡ଼େବିଟ କାର୍ଡ଼କୁ ବଦଳାଇବା ପ୍ରକ୍ରିୟା ସଂପୂର୍ଣ୍ଣ ସୁରକ୍ଷିତ। ଏଥିପାଇଁ କୌଣସି ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ। ଯେଉଁ ଗ୍ରାହକଙ୍କ ପାଖରେ ମ୍ଯାଜିଷ୍ଟିପ୍ ଡ଼େବିଟ କାର୍ଡ଼ ରହିଛି ସେମାନେ ଇଏମଭି ଚିପ୍ କାର୍ଡ଼ ଡ଼ିସେମ୍ବର ୩୧ ତାରିଖ ମଧ୍ୟରେ ବଦଳାଇ ପାରିବେ। କାରଣ ଏହାପରେ ମ୍ଯାଜିଷ୍ଟିପ୍ ଡ଼େବିଟ କାର୍ଡ଼ ଆଉ କାମ କରିବ ନାହିଁ।

ପୁରୁଣା ମ୍ଯାଜିଷ୍ଟିପ୍ କାର୍ଡ଼ ଗୁଡ଼ିକର ପଛ ଭାଗରେ ଗୋଟିଏ କଳା ରଙ୍ଗର ପଟି ରହୁଥିଲା। ଯେଉଁଥିରେ ବ୍ଯାଙ୍କର ଡ଼ିଟେଲ୍ସ ରହୁଥିଲା। କିନ୍ତୁ ଏବେ ତାହା ବଦଳରେ ଡ଼େବିଟ କାର୍ଡ଼ ଗୁଡ଼ିକରେ ଇଭିଏମ୍ ଚିପ୍ ଲାଗିବ ଯେଉଁଥିରେ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ସୂଚନା ରହିଥିବ।