ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ଗିରଫ

ବାଲିଗୁଡ଼ା(କେନ୍ୟୁଜ୍) : ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ଗିରଫ । ବାଲିଗୁଡ଼ା ତୁମୁଡ଼ିବନ୍ଧ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଗତକାଲି ଡାଙ୍ଗେସିଗୁଡ଼ା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ଶ୍ରୀକାନ୍ତ ମାଝୀ ଟଣାଓଟରା କରିବା ସହ ୪ ଜଣ ସହଯୋଗୀଙ୍କ ସହାୟତାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଶିକ୍ଷୟିତ୍ରୀ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ଶିକ୍ଷକ ଶ୍ରୀକାନ୍ତ ମାଝୀ ଓ ଦୁଇ ସହଯୋଗୀ ବଗୁଲା ମାଝୀ ଓ ନସିର ମାଝୀଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣ ଏବେ ବି ଫେରାର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.