Below header

ଅସୁରକ୍ଷିତ ରାଜଧାନୀ : ମହିଳାଙ୍କଠାରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ଯିଏ ଆସିଲା ତାକୁ କଲେ ଆକ୍ରମଣ

ଭୁବନେଶ୍ବର : ଅସୁରକ୍ଷିତ ରାଜଧାନୀ । ଦିନକୁ ଦିନ ବଢି ଚାଲିଛି ଲୁଟେରାଙ୍କ ଆତଙ୍କ । ଆଉ ଲୁଟେରାଙ୍କ ଟାର୍ଗେଟରେ ମର୍ଣ୍ଣି ୱାକ୍ କରୁଥିବା ବ୍ୟକ୍ତି । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଶୈଳଶ୍ରୀ ବିହାରରେ ।

ଆଜି ସକାଳେ ଗାୟତ୍ରୀ ମୁଦୁଲି ନାମକ ଜଣେ ମହିଳା ଯୋଗ ଶିଖାଇବା ପାଇଁ ଯାଉଥିବା ବେଳେ ୨ଟି ବାଇକ୍ରେ ଆସିଥିଲେ ୫ଜଣ ଦୁର୍ବୃତ୍ତ। ଆଉ ଗାୟତ୍ରୀଙ୍କୁ ଅଟକାଇ ବେକରେ କଟୁରି ଲଗାଇ ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଠିକ୍ ଏତିକି ବେଳେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ କଟୁରିରେ ହାଣିଥିଲେ। ଏପରିକି ଦମ୍ପତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ବାହାରି ଆସିବାରୁ ଲୁଟେରାମାନେ ତାଙ୍କ ଉପରେ ମଧ୍ୟ ଢେଲା ମାଡ଼ କରିଥିଲେ। ଯିଏ ବି ଘରୁ ବାହାରିଲା, ତାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏଭଳି ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା ଲୁଟେରାଙ୍କ ଆତଙ୍କରାଜ। ଏବେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.