Below header

ବସରେ ବିସ୍କୁଟ ଓ କୋଲ୍ଡଡ୍ରିଂସରେ ନିଶାଦେଇ ଲୁଟୁଥିଲା ଲୁଟେରା, ଗିରଫ କଲା ପୋଲିସ

ଯାଜପୁର (କେନ୍ୟୁଜ): ଅଭିନବ ଉପାୟରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ କରୁଥିବା ଜଣେ ଲୁଟେରାକୁ ଗିରଫ କରିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଫାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ହେଲେ କୁଜଙ୍ଗ ଥାନା ଅଧିନ ଚନ୍ଦିଆ ଗ୍ରାମର ଶଶୀଭୂଷଣ ପଣ୍ଡା। ବସରେ ଯାଉଥିବା ଯାତ୍ରୀଙ୍କୁ ବିସ୍କୁଟ ଓ ପାନୀୟ ସାମଗ୍ରୀରେ ନିଶା ଦେଇ ଲୁଟ କରିବାରେ ଗିରଫ ଯୁବକ ଜଣଙ୍କ ଥିଲେ ମାହିର। ସୂଚନା ମୁତାବକ ଗତ ଅଗଷ୍ଟ ମାସରେ କନ୍ଧମାଳ ଅଂଚଳର ଜଣେ ଯୁବକ ମିଲନ ପ୍ରଧାନଙ୍କୁ ଅଚେତ ଅବସ୍ଥାରେ ଚଣ୍ଡିଖୋଲରୁ ଉଦ୍ଧାର କରାଯାଇଥିଲା। ସେ ବସ ଯୋଗେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ବିସ୍କୁଟରେ ନିଶା ଦେଇ ଲୁଟି ନେଇଥିଲେ।

ଯୁବକଙ୍କୁ ନିଶାଶକ୍ତ ଅବସ୍ଥାରେ ଚଣ୍ଡିଖୋଲ ଛକରେ ବସରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପୂର୍ବରୁ ଦେବରାଜ ରାଉତ ନାମକ ଜଣେ ଯୁବକକୁ ଗିରଫ କରିଥିଲା। ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଶୀଭୂଷଣ ପଣ୍ଡାକୁ ପୋଲିସ ଗତକାଲି କୁଜଙ୍ଗ ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.