ସୁଗାର ଲେବଲ୍ କୁ ନିୟନ୍ତ୍ରଣ କରିଥାଏ ବାଇଗଣ, ଜାଣନ୍ତୁ କିପରି କରିବେ ସେବନ

ବର୍ତ୍ତମାନ, ପରିବେଶ ଯେଉଁ ଭଳି ଅଛି ଖରାପ ଖାଦ୍ୟ ପାନୀୟରେ ଅନିୟମିତ ହେତୁ ଲୋକଙ୍କ ଶରୀର ରୋଗର ସୃଷ୍ଟି ହେଉଛି । ସବୁ ରୋଗ ଠାରୁ ଗୋଟିଏ ରୋଗ ହେଉଛି ମଧୁମେହ। ମଧୁମେହ ରୋଗ ହେଉଛି ଏକ ମେଟାବୋଲିକ୍ ଯେଉଁଥିରେ ଅଗ୍ନାଶୟ ହର୍ମୋନ୍ ଇନସୁଲିନ୍‌ ଉତ୍ପାଦନକୁ ହ୍ରାସ କରିଥାଏ ।ଶରୀରରେ ଇନସୁଲିନର ଅଭାବ ହେତୁ ରକ୍ତରେ ଥିବା ଗ୍ଲୁକୋଜର ପରିମାଣ ବଢିବାରେ ଲାଗିଥାଏ। ଯାହାକୁ ଡାକ୍ତରୀ ଶବ୍ଦରେ ହାଇପରଗ୍ଲାଇସେମିଆ କୁହାଯାଏ । ଶରୀରରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେତୁ ହୃଦଘାତ, କିଡନୀ ଫେଲ୍, ଦୃଷ୍ଟିଶକ୍ତି ହରାଇବା ଏବଂ ବ୍ରେନ୍‌ଷ୍ଟ୍ରୋକ୍ ଭଳି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।

ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧୁମେହ ରୋଗୀଙ୍କୁ ସେମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦିଅନ୍ତି । କାରଣ ଜଣେ ବ୍ୟକ୍ତି ଯାହା କିଛି ଖାଏ, ଏହା ରକ୍ତରେ ଗ୍ଲୁକୋଜର ସ୍ତରକୁ ପ୍ରଭାବିତ କରିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଔଷଧ ସହିତ ରକ୍ତରେ ଶର୍କରା ସ୍ତର ମଧ୍ୟ କେତେକ ଘରୋଇ ଉପଚାର ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ। ଯଦି ମଧୁମେହ ରୋଗୀ ଚାହାଁନ୍ତି, ସେମାନେ ନିଜ ଖାଦ୍ୟରେ ବାଇଗଣ ଅନ୍ତର୍ଭୁକ୍ତ କରିପାରିବେ, ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ।

ଯଦିଓ ଭାରତୀୟଙ୍କ ଘରେ ପନିପରିବା ତିଆରି କରିବା ପାଇଁ ବାଇଗଣ ବ୍ୟବହାର କରାଯାଏ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ବାଇଗଣରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବରରେ ଭରପୂର ରହିଥାଏ , ଯହା ଫଳରେ କ୍ୟାଲୋରୀ ବହୁତ କମ୍ ଅଟେ । ବାଇଗଣରେ ପଲିଫେନୋଲ ନାମକ ଏକ ପ୍ରାକୃତିକ ଉଦ୍ଭିଦ କମ୍ପାଉଣ୍ଡର ରହିଥାଏ। ଯାହା ଗ୍ଲୁକୋଜ ଅବଶୋଷଣ କରି ଶରୀରରେ ଇନସୁଲିନର ପରିମାଣ ବଢାଇଥାଏ।

ମଧୁମେହ ରୋଗୀମାନେ ସେମାନଙ୍କ ଖାଦ୍ୟରେ ବାଇଗଣକୁ ସାମିଲ୍‌ କରି ପାରିବେ। ଯଦି ଆପଣ ଚାହାଁନ୍ତି, ଆପଣ ପନିପରିବା କିମ୍ବା ରସ ଆକାରରେ ବାଇଗଣକୁ ମଧ୍ୟ ସେଭଳି କରି ଖାଇ ପାରିବେ । ବାଇଗଣ କେବଳ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ପରିବାଟି ଖାଇବା ଦ୍ବାରା ହୃଦୟକୁ ସୁସ୍ଥ ରଖେ । ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧୁମେହ ରୋଗୀଙ୍କୁ ପ୍ରତିଦିନ ଚାଲିବାକୁ ମଧ୍ୟ ପରାମର୍ଶ ଦିଅନ୍ତି । ପ୍ରତିଦିନ ୧୫ ମିନିଟ୍ ଚାଲିବା ଦ୍ବାରା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.