ଭୁବନେଶ୍ବର: କିଛି ଦିନ ତଳେ ଭିଜିଲାନ୍ସ ଡିଏସପି ଆଉ ଏବେ ସାମ୍ବାଦିକଙ୍କ ଘରୁ ଲୁଟି ନେଲା ଲକଡାଉନ ଲୁଟେରା

ଭୁବନେଶ୍ବର(କେନ୍ୟୁଜ୍): ଲକଡାଉନ ସଟଡାଉନର ଭରପୁର ଫାଇଦା ଉଠାଉଛନ୍ତି ଲୁଟେରା। କରୋନା ମୁକାବିଲାରେ କୋଭିଡ  ଯୋଦ୍ଧା ବ୍ୟସ୍ତ ଥିବା ବେଳେ ଲୁଟେରାଙ୍କର ଜମୁଛି ଲୁଟତାରଜ୍। କିଛି ଦିନ ତଳେ  ଭିଜିଲାନ୍ସ ଡିଏସପିଙ୍କ ଘରୁ ଲୁଟେରାମାନେ ଲୁଟ କରି ଛୁମନ୍ତର ହୋଇଯାଇଥିଲେ। ଏହି ଘଟଣାର ସପ୍ତାହ ପରେ ସେହି ଅଞ୍ଚଳର ଜଣେ ସାମ୍ବାଦିକଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଦେଇଛନ୍ତି ।

lock dowm lootera

ଘର ମେନ ଗେଟ୍ ଖୋଲି ତାଲା ଡାଡି ଘରର ଆସବାବ ପତ୍ର ଏପଟ ସେପଟ କରି କିଛି ଟଙ୍କା ଚୋରି କରିନେଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଲକଡାଉନ ଓ  ସଟଡଉନରେ ସୁଯୋଗ ନେଇ ସକ୍ରିୟ ହେଉଥିବା ଚୋରଙ୍କୁ କେବେ ଧରିବାରେ ସଫଳ ହେଉଛି ପୋଲିସ ତାହା ଏବେ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.