ଠକିଲା କିଏ କାହାକୁ ? ସ୍ୱାମୀକୁ ଛାଡ଼ି ପଳାଇ ଆସିଲେ ହେଲେ ପ୍ରେମିକ ଠକି ଦେଲା, ଧାରଣାରେ ବସିଛନ୍ତି ଝିଅ ଓ ମା

ମାହାଙ୍ଗା (କେନ୍ୟୁଜ୍) : ବାହାଘରର ୧୬ ଦିନ ବା ଷୋହଳ ମଙ୍ଗଳାରେ ଝିଅ ଘରକୁ ଚର୍ଚ୍ଚା ପାଇଁ ଆସିଥିଲେ ଝିଅ ଓ ଜ୍ୱାଇଁ। ହେଲେ ନିଜ ଗାଁରେ ପହଞ୍ଚିବା ପରେ ଝିଅ ତାରି ଗାଁର ପୁରୁଣା ପ୍ରେମିକ ସହ ଫେରାର ହୋଇଗଲା କ୍ଷ ତେବେ ତା ପରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ । ଏହି ଘଟଣାଟି ଘଟିଛି କଟକ ଜିଲ୍ଲା ଜୟପୁର ଫାଣ୍ଡି ଅଧୀନ ଅରିଲୋ ଗ୍ରାମରେ। ସ୍ତ୍ରୀ ପଳାଇବା ପରେ ଗାଁରେ ଏହି ଖବର ବ୍ୟାପି ଗଲା । ଏପଟେ ବିଚରା ଜ୍ୱାଇଁ ଏକା ଏକା ନିଜ ଘରକୁ ଫେରି ଯାଇଥିଲେ। ତେବେ ଅନ୍ୟପଟେ ପ୍ରେମିକ ଜଣକ ଏଇ ବିବାହିତା ପ୍ରେମିକାକୁ ଛାଡି ଫେରାର ହୋଇଗଲା । ତା ଘର ଲୋକ ମଧ୍ୟ ଘରେ ତାଲା ପକାଇ କେଉଁଆଡ଼େ ପଳାଇଗଲେ । ଏବେ ପ୍ରେମିକା ଓ ତାଙ୍କ ମା ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି।
ପୂର୍ବରୁ ପ୍ରେମିକର ପରିବାର ବିବାହତା ଝିଅକୁ ବୋହୂ ବୋଲି ସ୍ୱୀକାର କଲେ ନାହିଁ । ତେଣୁ ପ୍ରେମିକ ଘର ସମ୍ମୁଖରେ ନ୍ୟାୟ ପାଇଁ ବସିଲେ ଝିଅ ଓ ମା ।

love

ଆସନ୍ତୁ ଜାଣିବା ପୂରା ଘଟଣା । ଅରିଲୋ ଗାଁର ଜଣେ ଯୁବତୀଙ୍କ ଗତ ମାସରେ ବୈଦିକ ରୀତିରେ ବିବାହ ହୋଇଥିଲା କ୍ଷ ଷୋହଳ ମଙ୍ଗଳା ଦିନ ଝିଅ ଜ୍ୱାଇଁ ଘରକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଲା କ୍ଷ ଝିଅଟି ପୂର୍ବରୁ ଭଲ ପାଉଥିବା ଯୁବକ ସହ ପଳାଇଗଲା । ତେବେ ବିବାହିତା ପ୍ରେମିକାକୁ ତାଙ୍କ ଘରେ ଗ୍ରହଣ କଲେ ନାହିଁ । ତେଣୁ ଯୁବକ ଜଣକ ବାଟରେ ଗଲା ବେଳେ ପ୍ରେମିକାକୁ ନିଜ ଘରକୁ ପଠାଇ ଦେଇ ଫେରାର ମାରିଲା । ସେପଟେ ପ୍ରେମିକର ପରିବାର ଲୋକେ ମଧ୍ୟ ଘରେ ତାଲା ପକାଇ କେଉଁଆଡ଼େ ପଳାଇ ଗଲେ ।

ଯୁବକର ଚାଲ୍ ନବୁଝି ପାରି ପ୍ରେମିକା ଯେତେବେଳେ ପ୍ରେମିକର ଘର ପାଖରେ ପହଞ୍ଚିଲା ଦେଖିଲା ତାଲା ପଡ଼ିଛି । ତେଣୁ ରାତି ସାରା ପ୍ରେମିକା ନିଜ ପ୍ରେମିକ ଘର ସମ୍ମୁଖରେ ବସି ରହିଥିଲା । ତାକୁ ସମର୍ଥନ କରି ତାର ମା ମଧ୍ୟ ସେଠାରେ ବସି ରହିଲେ । ଯଦି ତାଙ୍କୁ ପ୍ରେମିକ ଗ୍ରହଣ ନକରନ୍ତି ତେବେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି କ୍ଷ ପୂରା ଘଟଣା ଏବେ ପୋଲିସ୍ ପାଖରେ ପହଞ୍ଚିଛି । ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.