Below header

ଦିନ ଦ୍ବିପ୍ରହରେ ଘର ଝରକା କାଟି ଲୁଟ୍: ୫ ଲକ୍ଷ ଟଙ୍କାର ସୁନା ଗହଣା, ଟଙ୍କା, ଦରକାରୀ କାଗଜ ପତ୍ର ନେଇ ଚମ୍ପଟ ମାରିଲେ ଲୁଟେରା

ଭୁବନେଶ୍ବର(କେନ୍ୟୁଜ୍‌): ଦିନ ଦ୍ବିପ୍ରହରେ ଘରେ ପଶି ଲୁଟ୍ । ୫ ଲକ୍ଷ ଟଙ୍କାର ସୁନା ଗହଣା, ଟଙ୍କା, ଦରକାରୀ କାଗଜ ପତ୍ର ନେଇ ଗଲେ ଲୁଟେରା । ଘଟଣା ଘଟିଛି ଜାଗମରା ଅଞ୍ଚଳରେ । ଲୁଟେରାଙ୍କ ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି ।

ସିସିଟିଭି ଫୁଟେଜକୁ ଆଧାର କରି ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ଦିନ ଦ୍ବିପ୍ରହରେ ଲୁଟେରା ମାନେ ଝରକା କାଟି ଘରେ ପଶି କଳାକନା ବୁଲାଇଛନ୍ତି । ତେବେ ଏହି ଅଞ୍ଚଳରେ ବାରମ୍ବାର ଲୁଟ ହେଉଥିବା ହେତୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.