ବାହୁଡ଼ିବେ ଜଗତନାଥ, ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିନ, ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା

ବାହୁଡ଼ିବେ ଜଗତନାଥ । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିନ । ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଆଜି ଭକ୍ତଙ୍କୁ ଶେଷ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆସନ୍ତାକାଲି ବାହୁଡ଼ା ଯାତ୍ରା ।ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ । କଡା ସୁରକ୍ଷା ମଧ୍ୟରେ ଗଜପତି ମହାରାଜ ମହାରାଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି ।

ବାହୁଡ଼ିବେ ଜଗତନାଥ । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିନ । ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଆଜି ଭକ୍ତଙ୍କୁ ଶେଷ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆସନ୍ତାକାଲି ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ । କଡା ସୁରକ୍ଷା ମଧ୍ୟରେ ଗଜପତି ମହାରାଜ ମହାରାଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି ।

ଏହି ସମୟରେ ଗଜପତିଙ୍କ ଦୁଇ ଝିଅ, ରାଜପୁରୋହିତ ସାମିଲ ଥିଲେ । ରଥଯାତ୍ରା ଇତିହାସରେ ଏହା ନୂଆ ପରମ୍ପରା ସୃଷ୍ଟି କରିଥିବା କୁହାଯାଉଛି । ପ୍ରଥମ ଥର ପାଇଁ ଗଜପତି ମହାରାଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ଯାଇ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି ।

ସାଧାରଣତଃ ଗୁଣ୍ଡିଚା ମନ୍ଦିରରେ ଗଜପତିଙ୍କ କୌଣସି ସେବା ନଥିଲେ ବି ସେ ଚାହିଁଲେ ବନ୍ଦାପନା ଆଳତୀ ପରି ରାଜନୀତି କରିପାରିବେ । ଗଜପତିଙ୍କ ଏହି ଦର୍ଶନ ସମଗ୍ର ରାଜ୍ୟ ଦେଶ ତଥା ରାଷ୍ଟ୍ର ପାଇଁ ହିତକର ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ କହିଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.