Below header

ରାତି ପାହିଲେ ଅଶୋକାଷ୍ଟମୀ, ୩ଟା ୩୦ରେ ଆରମ୍ଭ ହେବ ରଥ ଟଣା

ରାତି ପାହିଲେ ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ରୁକୁଣା ରଥଯାତ୍ରାର ଦିନକ ପୂର୍ବରୁ ଆଜି ହେଉଛି ନେତ୍ର ଉତ୍ସବ । ମଧ୍ୟରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ବିଧି ଅନୁସାରେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ । ୩ଟା ୩୦ରେ ରଥ ଟଣା ଆରମ୍ଭ ହେବ ।

ଭୁବନେଶ୍ୱର(କେନ୍ୟୁଜ) : ରାତି ପାହିଲେ ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ରୁକୁଣା ରଥଯାତ୍ରାର ଦିନକ ପୂର୍ବରୁ ଆଜି ହେଉଛି ନେତ୍ର ଉତ୍ସବ । ମଧ୍ୟରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ବିଧି ଅନୁସାରେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ ।

ରଥର ନିର୍ମାଣର ସମସ୍ତ କାମ ସରିଛି । ଚାରି ଦୁଆର, ଚାରି ପିଣ୍ଡି, ସିଂହାସନ ଓ ଚାରିପଟେ ପାର୍ଶ୍ଵ ଦେବାଦେବୀ ସ୍ଥାପନ ସାରିଥିବା ବେଳେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଆସନ୍ତାକାଲି ଦୁଲୁକିବ ରଥ ଦାଣ୍ଡ । ଚଳିତବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରା ସମୟରେ ଗୋଟି ପୁଅ, ଓଡ଼ିଶୀ, ଯୋଡ଼ି ଶଙ୍ଖ, ପଶୁମୁଖା ଆଦି ପାରମ୍ପରିକ ବାଦ୍ୟରେ କମ୍ପିବ ପରିବେଶ । ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

BMC ପକ୍ଷରୁ ପରିମଳ ଓ ମନ୍ଦିର ପ୍ରଶସନ ପକ୍ଷରୁ ଭକ୍ତ ମାନେ କିପରି ସୁରୁଖୁୁରୁରେ ଦର୍ଶନ କରିବେ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନ ପହଞ୍ଚି ସ୍ଥିତି ପରଖିଛନ୍ତି । ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ସକାଳ ୫ଟାରୁ ମଙ୍ଗଳ ଆଳତି ଏବଂ ୫ଟା ୩୦ରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ ।

୧୦ଟା୪୫ରୁ ସୂର୍ଯ୍ୟ ପୂଜା ଆରମ୍ଭ ହେବାକୁ ଥିବାବେଳେ ୧୨ଟା ୩୦ରୁ ପହଣ୍ଡି ଆରମ୍ଭ ହେବ । ଗୋଟାଏ ୩୦ରୁ ୩ଟା ୩୦ ମଧ୍ୟରେ ରଥ ଉପରେ ଅନ୍ୟାନ୍ୟ ପୂଜା ବିଦ୍ଧି ଚାଲିବ । ୩ଟା ୩୦ରେ ରଥ ଟଣା ଆରମ୍ଭ ହେବ । ମହାପ୍ରଭୁଙ୍କ ରଥ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିର ଅଭିମୁଖେ ଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.