Below header

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଂଚାୟତ ହାଟପଡା ଗ୍ରାମରେ ବଜ୍ରାଘାତରେ ଯୁବକର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ମକର ଜେନାଙ୍କ 35 ବର୍ଷୀୟ ପୁଅ ମହେଶ୍ୱର ଜେନା । ଆଜି ଅପରାହ୍ନରେ ମହେଶ୍ୱର ଗାଁରେ ଥିବା ବେଳେ ବର୍ଷା ଓ ଗଡ଼ଘଡ଼ି ଆରମ୍ଭ ହୋଇଯାଇଥିଲା ।

ବାସୁଦେବପୁର (କେନ୍ୟୁଜ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଂଚାୟତ ହାଟପଡା ଗ୍ରାମରେ ବଜ୍ରାଘାତରେ ଯୁବକର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ମକର ଜେନାଙ୍କ 35 ବର୍ଷୀୟ ପୁଅ ମହେଶ୍ୱର ଜେନା । ଆଜି ଅପରାହ୍ନରେ ମହେଶ୍ୱର ଗାଁରେ ଥିବା ବେଳେ ବର୍ଷା ଓ ଗଡ଼ଘଡ଼ି ଆରମ୍ଭ ହୋଇଯାଇଥିଲା ।

ବର୍ଷା ଆରମ୍ଭ ହେବାରୁ ମହେଶ୍ୱର ଘରକୁ ଫେରୁ ଥିଲେ । ଫେରିବା ବାଟରେ ବଜ୍ରାଘାତ ହୋଇଥିଲା । ସେଠାରେ ସେ ସଂଜ୍ଞାହୀନ  ଅବସ୍ଥାରେ ପଡିଯାଇଥିଲେ । ଗ୍ରାମବାସୀ ପହଞ୍ଚି ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.