କୋଲାବ ଜଳଭଣ୍ଡାରରୁ ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
କୋଲାବ ଜଳଭଣ୍ଡାରରୁ ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପ୍ରିୟଙ୍କା ପ୍ରହରାଜ । ସେ ଟିକରପଡା ପଞ୍ଚାୟତର ପୋଷ୍ଟମାଷ୍ଟର ଥିଲେ । ଘରେ ମା'ଙ୍କ ନିକଟରେ ମୋବାଇଲ ଛାଡି ଟିକେ ବାହାରକୁ ଯାଇ ଆସିବି କହି ଯାଇଥିଲେ ।

କୋରାପୁଟ(କେନ୍ୟୁଜ): କୋଲାବ ଜଳଭଣ୍ଡାରରୁ ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପ୍ରିୟଙ୍କା ପ୍ରହରାଜ । ସେ ଟିକରପଡା ପଞ୍ଚାୟତର ପୋଷ୍ଟମାଷ୍ଟର ଥିଲେ । ଘରେ ମା’ଙ୍କ ନିକଟରେ ମୋବାଇଲ ଛାଡି ଟିକେ ବାହାରକୁ ଯାଇ ଆସିବି କହି ଯାଇଥିଲେ ।
ବହୁ ସମୟ ପରେ ଘରକୁ ନଫେରିବାରୁ ମାଆ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି ଆରମ୍ଭ କରିଥିଲେ । ଜଳଭଣ୍ଡାର ନିକଟରେ ଚପଲ ପଡ଼ିଥିବା ଦେଖି ପାଣିରେ ଖୋଜିବାରୁ ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରଯାଇଛି । ଘଟଣାସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।