ଉତ୍ତର ବଙ୍ଗୋପସାଗରର ଦାନା ବାନ୍ଧୁଛି ଲଘୁଚାପ, ଜୁଲାଇ ୧ରେ ଓଡ଼ିଶା ପାଇଁ ଭାରତୀୟ ପାଣିପାଗ ବିଭାଗ ରେଡଆଲର୍ଟ ଜାରି

ଭୁବନେଶ୍ବର(କେନ୍ୟୁଜ୍) : ଉତ୍ତର ବଙ୍ଗୋପସାଗରର ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ବଡ଼ ବନ୍ୟା ଆସିପାରେ । ପରିସ୍ଥିତି ମୁକାବିଲା ପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଜୁଲାଇ ୧ରେ ଓଡ଼ିଶା ପାଇଁ ଭାରତୀୟ ପାଣିପାଗ ବିଭାଗ ରେଡଆଲର୍ଟ ଜାରି କରିଛି । ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ । ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଥିବା ବେଳେ ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ ଅର୍ଦ୍ଧାଧିକ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେବଳ ଓଡ଼ିଶା ନୁହେଁ ଛତିଶଗଡ଼ରେ ବି ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ମହାନଦୀରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଓଡ଼ିଶାରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.