ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ, ଆସନ୍ତା ୩ରୁ୪ ଦିନ ଭିତରେ ହୋଇପାରେ ସୃଷ୍ଟି

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ଆସନ୍ତା ୩/୪ ଦିନ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛି IMD । ଆସନ୍ତା ଦୁଇ ସପ୍ତାହ ପାଇଁ IMD ଜାରି କରିଥିବା ଏକ୍ସଟେଣ୍ଡେଡ ଫୋରକାଷ୍ଟରେ ଏଭଳି ସମ୍ଭାବ୍ୟ ସ୍ଥିତି ବାବଦରେ ସୂଚନା ଦିଆଯାଇଛି ।

୧୩ ରୁ ୧୯ ତାରିଖ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । କେତେକ ବିଦେଶୀ ପାଣିପାଗ ମଡ଼େଲ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସୂଚାଇଛନ୍ତି । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ ବୋଲି IMD ପକ୍ଷରୁ କୁହାଯାଇଛି । ଯାହାକି ୫ ଦିନ ଆଗୁଆ ।

ପାଗ ଅନୁକୂଳ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ସାଧାରଣତଃ ମେ ୨୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ମୌସୁମୀ ପ୍ରବେଶ କରେ । ତେବେ ଏଥର ସଅଳ ଆସିବା ଅନୁମାନ କରାଯାଉଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୌସୁମୀର ଗତି କ୍ଷୀପ୍ର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.