Below header

ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟରେ କାଳି କେଳେଙ୍କାରୀ ଘଟଣା , ତଦନ୍ତ ନିର୍ଦ୍ଦେଶ ଦେଲେ ସିଏମସି ମେୟର

କଟକ (କେନ୍ୟୁଜ୍ ଏକ୍ସକ୍ଲୁସିଭ୍) : ବିଭିନ୍ନ କାରଣ ପାଇଁ କଟକ ମହାନଗର ନିଗମ ସବୁ ବେଳେ ଚର୍ଚ୍ଚାରେ। ଆଉ ଏବେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତି ନେଇ ଆସିଛି ଦୁର୍ନୀତି ଅଭିଯୋଗ। ପ୍ରମାଣପତ୍ର ପ୍ରସ୍ତୁତିରେ ବ୍ୟବହୃତ କାଳି ନିମ୍ନମାନର ବୋଲି ସିଏମସି କାଉନସିଲ ବୈଠକରେ ହୋହଲ୍ଲା। ଆଉ ଅଭିଯୋଗ ଉଠିବା ପରେ ବିଧିବଦ୍ଧ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଏମସି ମେୟର।

kali

ଚାଲିଥିଲା ସିଏମସିର ମାସିକିଆ କାଉନସିଲ ବୈଠକ। ଆଉ ଆରମ୍ଭରୁ ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତିରେ ଦୁର୍ନୀତି ନେଇ ଚର୍ଚ୍ଚା ଜୋର ଧରିଥିଲା । ଖୋଦ୍ ଶାସକ ଦଳର କର୍ପୋରେଟର ଉଠାଇଥିଲେ ଏହି ପ୍ରସଙ୍ଗ। ଏସସିବି ମେଡିକାଲ ସହ ସହରର ପ୍ରାୟ ଦୁଇ ଶହରୁ ଅଧିକ ନର୍ସିଂହୋମରେ ଘଟୁଥିବା ଜନ୍ମ ଓ ମୃତ୍ୟୁର ପ୍ରମାଣପତ୍ର ଦାୟିତ୍ୱ କଟକ ମହାନଗର ନିଗମ ଉପରେ ରହିଛି।

kali 2

ହେଲେ ପ୍ରମାଣପତ୍ରରେ ବ୍ୟବହୃତ କାଳି ନିମ୍ନମାନର ହୋଇଥିବାରୁ ଏହା ଲିଭି ଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସବୁ ଦଳର କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି ।
କାଉନସିଲ ବୈଠକରେ ଏଭଳି ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଏମସି ମେୟର । କାଳି ଯୋଗାଉଥିବା ଏଜେନସିକୁ ତାଲିକାଭୁକ୍ତ କରିବା ସହ ସଂପୃକ୍ତ ଏଜେନସି ସହ ଚୁକ୍ତି ବାତିଲ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.