ରାହୁଲଙ୍କ ଚିଠି : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ

ନୂଆଦିଲ୍ଲୀ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଚିଠି । କଂଗ୍ରେସ ଶାସିତ ରାଜ୍ୟ ଓ ଯେଉଁଠି ମେଣ୍ଟ ସରକାର ଚାଲିଛି, ସେସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ରାହୁଲ । ଆସନ୍ତା ଅଧିବେଶନରେ ଏସମ୍ପର୍କିତ ସଂରକ୍ଷଣ ପ୍ରସ୍ତାବ ପାରିତ କରିବା ପାଇଁ କହିଛନ୍ତି । ନିକକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ ଆଣିଥିଲେ ।

ବିଧାନସଭାର ଶୀତ ଅଧିବେଶନରେ ସର୍ବସମ୍ମତରେ ଏହି ପ୍ରସ୍ତାବ ପାରିତ ହୋଇଛି । ଏହାପରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଏବେ ରାହୁଲ ଗାନ୍ଧି ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ନେଇ ଆଗକୁ ଆସିଛନ୍ତି ।..ପୂର୍ବରୁ ମଧ୍ୟ ଗତ ଜୁଲାଇ ମାସରେ ରାହୁଲ ଗାନ୍ଧି ମହିଳା ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସଂସଦରେ ସ୍ଥାନ ସଂରକ୍ଷଣ ବିଲ୍ ଆଣିବାକୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.