ଗୋଟିଏ କି ଦୁଇଟା ନୁହେଁ ପୁରା ୨୭ଟି କଇଁଚିରେ ହେୟାରକଟ୍ କରନ୍ତି ଏହି ବ୍ୟକ୍ତି, ଆଶ୍ଚର୍ଯ୍ୟ ହେବେ ଦେଖି ଭିଡିଓ

ବ୍ୟକ୍ତିକୁ ଷ୍ଟାଇଲିଶ୍ ଲୁକ୍ ଦିଏ ଷ୍ଟାଇଲିଶ୍ ହେୟାରକଟ୍ । ଏହି ଷ୍ଟାଇଲିଶ୍ ହେୟାରକଟ୍ ପାଇଁ ଆମେ କେତେ ପରିଶ୍ରମ କରୁ । କେତେ ଯେ ପାର୍ଲର ଯାଉ ଠିକ୍ ନାହିଁ । କାରଣ ଯେମିତି ଆମର ଲୁକ୍ ସବୁଠୁ ସୁନ୍ଦର ଲାଗିବ । କିନ୍ତୁ ଆମ ଚିନ୍ତାଠୁ ଅଧିକ ଚିନ୍ତା ଆମ କେଶ କାଟୁଥିବା ବ୍ୟକ୍ତିର । ଯଦି ଠିକ୍ ଭାବରେ କେଶ କାଟିନପାରେ ତେବେ ଅନେକ କଥା ଶୁଣିବାକୁ ପଡିବ ।

ତେବେ ଆପଣ ଅନେକ ହେୟାର୍ ଷ୍ଟାଇଲିଶଙ୍କୁ ବିଭିନ୍ନ ତରିକାର କେଶ କାଟୁଥିବାର ଦେଖିଥିବେ । ନିଜ ପ୍ରତିଭା ଯୋଗୁଁ କେଶକୁ ଯେଉଁଭଳି ଲୁକ୍ ଏମାନେ ଦେଇଥାନ୍ତି ବୋଧେ ଆଉ କେହି ଦେଇପାରିବେନି । ଆଜି ଆମେ ସେମିତି ଏକ ହେୟାର୍ ଷ୍ଟାଇଲର୍ ବିଷୟରେ କହିବୁ ଯାହାର କେଶ କାଟିବାର ଅଦଭୂତ ଉପାୟ ଦେଖି ଆଶ୍ଚର‌୍ୟ୍ୟ ହୋଇଯିବେ ।

୨୬ ବର୍ଷର ଏହି ଯୁବକଙ୍କ ନାଁ ହେଉଛି ମହମ୍ମଦ ଓବେସୀ । ଯିଏ ଗତ ଏକ ଦଶନ୍ଧି ଧରି ଏହି ପ୍ରଫେସନରେ ଅଛନ୍ତି । ହେଲେ ଏହି କାମକୁ ଆସିବା ପୂର୍ବରୁ ଓବେସୀ ବହୁତ ପରିଶ୍ରମ କରିବା ସହ କଡା ଟ୍ରେନିଙ୍ଗ୍ ମଧ୍ୟ ନେଇଥିଲେ । ପାକିସ୍ତାନର ଓବେସୀ ଏକା ସାଥିରେ ବ୍ୟବହାର କରନ୍ତି ୨୭ ଟି କଇଁଚି । ଆଉ ନିଜ ଗ୍ରାହକଙ୍କ କେଶକୁ ଦିଅନ୍ତି ଜବରଦସ୍ତ ଲୁକ୍ ।

ଓବେସୀ ନିଜ ଦୁଇ ହାତର ଆଙ୍ଗୁଠିରେ ଏହି ୨୭ଟି କଇଁଚି ଏକା ସାଥିରେ ପଶାନ୍ତି । ଏହା ପରେ କେଶକୁ କାଟି ଦିଅନ୍ତି ଏକ ନୂଆ ଲୁକ୍ । ତେବେ ଦେଖିବା ଭଳି କଥା ହେଉଛି କେଶରେ ତାଙ୍କର କଇଁଚି ଚଳାଇବାର ସ୍ପିଡ୍ । ନିଜର ଏହି ଅନନ୍ୟ ପ୍ରତିଭା ପାଇଁ ବେଶ୍ ଲୋକପ୍ରିୟ ହୋଇଛନ୍ତି ଓବେସୀ ।

ଦେଖନ୍ତୁ ଓବେସୀଙ୍କୁ କେଶ କଟା ଷ୍ଟାଇଲ୍ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.