Below header

ଚିହ୍ନଟ ହେବେ ନକଲି ଓକିଲ, ଯାଞ୍ଚ ହେବ ‘ଲ’ ଡିଗ୍ରୀ

ସବୁ ବିଶ୍ୱବିଦ୍ୟାଳୟ ଓ ବୋର୍ଡ ଓକିଲମାନଙ୍କ ଡିଗ୍ରୀ ସାର୍ଟିଫିକେଟ୍‌ ଯାଞ୍ଚ କରିବେ। ଏଥିପାଇଁ କୌଣସି ଫି ଆଦାୟ ହେବ ନାହିଁ। ରାଜ୍ୟ ବାର୍‌ କାଉନ୍‌ସିଲ ପକ୍ଷରୁ ତୁରନ୍ତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସବୁର ତଦାରଖ କରିବ କମିଟି।

କେନ୍ୟୁଜ୍(ବ୍ୟୁରୋ): ଜାଲ ପ୍ରମାଣପତ୍ର ଜରିଆରେ ଓକିଲାତି କରୁଥିଲେ ସାବଧାନ। ଚିହ୍ନଟ ହେବେ ନକଲି ଓକିଲ। ଯାଞ୍ଚ ହେବ ଓକିଲଙ୍କ ଲ ଡିଗ୍ରୀ। ଯାଞ୍ଚ ପ୍ରକ୍ରିୟାର ତଦାରଖ ପାଇଁ ସୁପ୍ରିମକୋର୍ଟ ଗଠନ କଲେ ୮ ଜଣିଆ ଉଚ୍ଚସ୍ତରୀୟ କମିଟି। ସବୁ ବିଶ୍ୱବିଦ୍ୟାଳୟ ଓ ବୋର୍ଡ ଓକିଲମାନଙ୍କ ଡିଗ୍ରୀ ସାର୍ଟିଫିକେଟ୍‌ ଯାଞ୍ଚ କରିବେ। ଏଥିପାଇଁ କୌଣସି ଫି ଆଦାୟ ହେବ ନାହିଁ। ରାଜ୍ୟ ବାର୍‌ କାଉନ୍‌ସିଲ ପକ୍ଷରୁ ତୁରନ୍ତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସବୁର ତଦାରଖ କରିବ କମିଟି।

ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଦୀପକ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ ଜଷ୍ଟିସ ଅରୁଣ ଟଣ୍ଡନ ଓ ଜଷ୍ଟିସ ରାଜେନ୍ଦ୍ର ମୋହନ, ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ ଓ ମନିନ୍ଦର ସିଂହ ସଦସ୍ୟ ରହିବେ। ବାର୍‌ କାଉନସିଲ ଅଫ ଇଣ୍ଡିଆ ଆଉ ତିନି ସଦସ୍ୟଙ୍କୁ ମନୋନୀତ କରିବେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି ଏସ ନରସିମ୍‌ହା ଓ ଜଷ୍ଟିସ ଜେ ପି ପର୍ଦ୍ଦିୱାଲାଙ୍କ ଖଣ୍ଡପୀଠ, ଅଗଷ୍ଟ ୩୧ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.