Below header

ନାବାଳିକା ଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଓ ନାବାଳକ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର(କେନ୍ୟୁଜ୍‌) :  ଆଜି କେନ୍ଦୁଝର ଏଡିଜେ କୋର୍ଟ ତଥା ଚିଲ୍‌ଡ୍ରେନ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ଜଣେ ନାବାଳକ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡ ଓ ଏହାର ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଆଜି କେନ୍ଦୁଝର ଏଡିଜେ କୋର୍ଟ ତଥା ଚିଲଡ୍ରେନ କୋର୍ଟ ଏକ ନାବାଳିକା କୁ ଦୁଷ୍କର୍ମ ମାମଲାରେ ବିଚାର କରିଛନ୍ତି । ଏଥିରେ ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ  ଚିଲଡ୍ରେନ କୋର୍ଟ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ପଚାଶ ହଜାର ଟଙ୍କା ଅର୍ଥ ଦାଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନାଦେୟ ଏକ ବର୍ଷ ଅଧିକ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।

ଏହି ମାମଲା ରେ ନାବାଳିକା କୁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ସରକାର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାଟି ଘଷିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁରରେ ୨୦୧୯ ମସିହାରେ ଘଟିଥିଲା । ଉକ୍ତ ଗ୍ରାମରେ ୨୦୧୯ ମସିହା ଅକ୍ଟୋବର ମାସ ୧୨ ତାରିଖରେ ଫୁଟବଲ୍‌ ଖେଳ ଚାଲୁଥିବା ବେଲେ ଉକ୍ତ ନାବାଳିକା ତାଙ୍କ ବାପା ଙ୍କୁ ହୋଟେଲରେ ସାହାଯ୍ୟ ପାଇଁ ଯାଇଥିଲା । ଏହି ସମୟରେ ଉକ୍ତ ମୁଖ୍ୟ ଅଭିଯୁକ୍ତ ଓ ନାବାଳକ ନିକଟସ୍ଥ ଜଙ୍ଗଲକୁ ନାବାଳିକାକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ ।

ପରିବାର ଲୋକେ ଖୋଜାଖୋଜି କରି ନାବାଳିକାକୁ ଉଦ୍ଧାର କରିବା ପରେ ଘଷିପୁରା ଥାନା ରେ ମାମଲା ରୁଜୁ କରିଥିଲେ । ଆଜି ମାମଲାର ବିଚାର କରି ଏଡିଜେ ଲୋକନାଥ ସାହୁ ଆଇପିସି ଧାରା ୩୬୩ ,୩୭୬ ଡିବି ଧାରା ଅନୁଯାୟୀ ଦଣ୍ଡବିଧାନ କରିଥିବା ସରକାରୀ ଓକିଲ ଗଣେଶ ମହାପାତ୍ର ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.