ଯୋଦ୍ଧା ଆକବର୍‌ର ଯୋଦ୍ଧାବାଈ ପରିଧି ଶର୍ମା କରୋନା ପଜିଟିଭ, ଇନଷ୍ଟାରେ ଦେଲେ ସୂଚନା

ସାରା ଦେଶରେ କରୋନା ଭାଇରସର ପ୍ରଭାବ ବୃଦ୍ଧି ହେବାରେ ଲାଗିଛି। ଭାରତରେ ତାର କାୟା ବିସ୍ତାର ହେଉଛି। ପ୍ରତିଦିନ କରୋନାକୁ ନେଇ ଅନେକ ଲୋକ ସଂକ୍ରମିତ ହେଉଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଓଡ଼ିଶା ଆଦି ସ୍ଥାନରେ ହଜାର ହଜାର ସଂଖ୍ୟାରେ ଲୋକ କରୋନା ମହାମାରୀରେ ଆକ୍ରାନ୍ତ ହେଉଛନ୍ତି। ନେତାଙ୍କଠୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେଉଛନ୍ତି।

ସିନେ ତଥା ସିରିୟଲ ଜଗତ ମଧ୍ୟ ଏଥିରୁ ବଞ୍ଚିତ ନାହାନ୍ତି। କେହି ନା କେହି ପ୍ରତିଦିନ ଏହାର କବଜାକୁ ଆସୁଛନ୍ତି। ଏବେ ଏହାର ଶିକାର ହୋଇଛନ୍ତି ଯୋଦ୍ଧା ଆକବରର ମୁଖ୍ୟ ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ପରିଧି ଶର୍ମା। କେବଳ ୪ବର୍ଷର ପୁଅ ବ୍ୟତୀତ ପୁରା ପରିବାର ସଂକ୍ରମିତ ହୋଇଛନ୍ତି।

8787
pc: BiographyMafia

ପରିଧି ଏହି ସୂଚନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି। ସେ କହିଛନ୍ତି ଯେ, ସେ କରୋନା ପଜିଟିଭ ହୋଇଛନ୍ତି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଯାଞ୍ଚ କରିବାକୁ କହିଛନ୍ତି।

 

 

View this post on Instagram

 

A post shared by Paridhi Sharma (@paridhiofficial)

ପରିଧି ଏବେ ଇନ୍ଦୋରରେ ପରିବାର ସହ ହୋମ କ୍ୱାରେଣ୍ଟାଇନରେ ରହୁଛନ୍ତି। କରୋନା ପଜିଟିଭ ହେବା ପରଠୁ ସେ ଓ ତାଙ୍କ ପରିବାର ଡାକ୍ତରଙ୍କ ସହ ପରାମର୍ଶ କରି ଏଥିପାଇଁ ଆବଶ୍ୟକ ଟ୍ରିଟମେଣ୍ଟ ଜାରି ରଖିଛନ୍ତିି।

କହିଦେବାକୁ ଚାହୁଁଛୁଯେ, ପରିଧି ‘ଯୋଦ୍ଧା ଆକବର୍‌’ , ‘ ଜଗ୍‌ ଜନନୀ ମା ବୈଷ୍ଣୋ ଦେବୀ’ ଭଳି ସୋ’ରେ କାମ କରି ଅନେକ ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ଏହାସହ ‘ ପଟିଆଲା ବେବସ୍‌’ରେ ମଧ୍ୟ ନିଜ ଆକ୍ଟିଂ ଜରିଆରେ ହିଟ ହୋଇପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.