Below header

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼, ଦୁଇ ଗୁରୁତର

ବ୍ରହ୍ମଗିରି (କେନ୍ୟୁଜ୍‌) : ପୂରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅର୍ନ୍ତଗତ ବଡ଼ ବନ୍ଧକେରା ଗାଁ ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଆଜି (ମଙ୍ଗବାର ) ବୋମା ମାଡ଼ ହୋଇଛି । ସନ୍ଧ୍ୟାରେ ଗାଁରେ ଜନ୍ତାଲ ଭୋଜି ଚାଲି ଥିବା ବେଳେ ପିଲା ମାନଙ୍କ କଲହକୁ କେନ୍ଦ୍ର କରି ପ୍ରଥମେ ବଚସା ହୋଇଥିଲା । ଏହାକୁ ନେଇ ପରେ ବନ୍ଧକେରା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା ।

ମାରପିଟ୍ ଘଟଣା ଉଗ୍ର ରୂପ ନେଇ ବୋମା ମାଡ ହୋଇଥିଲା । ଗାଁରେ ପ୍ରାୟ ୫ରୁ ୬ ବୋମା ମାଡ଼ ହୋଇଥିବା ଜଣାପଡିଛି । ଏହି ଘଟଣା ରେ ମନୋଜ ପାଣି ଙ୍କ ର ଗୋଟେ ହାତ ସମ୍ପୂର୍ଣ୍ଣ ଅଧାରୁ କଟି ଯାଇଥିବା ବେଳେ ୧୦୮ ଆମ୍ବୁଲାନ୍ସ ରେ ତାଙ୍କୁ ପୂରୀ ସଦର ଚିକିତ୍ସଳୟକୁ ପଠା ଯାଇଛି । ଅନ୍ୟ ଗୁରୁତର ଭାଗିରଥି ପରିଡ଼ା ଗୁରୁତର ଅବସ୍ଥାରେ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.