Below header

ଶରୀରରେ ଅକ୍ସିଜେନର ମାତ୍ରା କମିଗଲେ ଆପଣାନ୍ତୁ ଏହି ସହଜ ଉପାୟ, ଫୁସଫୁସକୁ ମିଳିବ ଆରାମ

ଦେଶରେ ବଢୁଥିବା କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟବ୍ୟବସ୍ଥା ଚିନ୍ତାଗ୍ରସ୍ତ ହୋଇପଡିଲାଣି। ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ହସ୍ପିଟାଲରେ ଆବଶ୍ୟକ ଜିନିଷର ମଧ୍ୟ ଅଭାବ ଦେଖା ଦେଲାଣି। କିିଛି ହସ୍ପିଟାଲରେ ଆଇସିୟୁରେ ବେଡ କମ୍‌ ପଡିଲାଣି ତ’ ଅନ୍ୟ କେଉଁଠି ଅକ୍ସିଜେନ ସିଲିଣ୍ଡର ଅଭାବ।

କରୋନା ମହାମାରୀରେ ସଧାରଣତଃ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ହ୍ରାସ ପାଇଯାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡକ୍ଟରଙ୍କ ଦ୍ୱାରା କିଛି ଟିପ୍ସ ସାମ୍ନାକୁ ଆସିଛି। ଯଦି ଆପଣ ଅକ୍ସିଜେନର ଅଭାବ ଅନୁଭବ କରୁଛନ୍ତି , ତେବେ ଆପଣ ଏହି ଟିପ୍ସକୁ ଆପଣାଇ ପାରିବେ । ଏହାଦ୍ୱାରା ଆପଣଙ୍କ ଶରୀରରେ ଅକ୍ସିଜେନର ମାତ୍ରା ବୃଦ୍ଧି ପାଇବ।

ଡିପାର୍ଟମେଣ୍ଟ ଅଫ ଇଣ୍ଟରନାଲ ମେଡିସିନ,ଏମ୍ସର ଡାକ୍ତର ଅମନଦୀପ ସିଂଙ୍କ କହିବାନୁଯାୟୀ, ସାମାନ୍ୟ ସ୍ତରରେ ଶରୀରରେ ଅକ୍ସିଜେନର ମାତ୍ରା କମ ହେଲେ ବ୍ୟକ୍ତିଙ୍କୁ ବାହାରୁ ଅକ୍ସିଜେନ ଗ୍ୟାସ ନେବାରେ କୌଣସି ଆବଶ୍ୟକତା ନାହିଁ। ପ୍ରଥମେ ଏଥିପାଇଁ ଶରୀରରେ ଅକ୍ସିଜେନର ମାତ୍ରାକୁ ମାପିବା ଆବଶ୍ୟକ। ଯଦି ଏହାର ମାତ୍ରା ୯୫ରୁ ଅଧିକ ରହିଛି ତେବେ ଅକ୍ସିଜେନ ନେବାର କୌଣସି ଆବଶ୍ୟକତା ନାହିଁ।

lung8788
pc; The New York Times

ଯଦି ରୋଗୀଙ୍କ ଶରୀରରେ ଅକ୍ସିଜେନ ମାତ୍ରା  ୯୦ରୁ କମ୍‌ ଅଛି ତା’ହେଲେ ଏହି ରୋଗୀଙ୍କୁ ସିଲିଣ୍ଡର ମାଧ୍ୟମରେ ଅକ୍ସିଜେନ ଦିଆଯାଇପାରିବ। ସାମାନ୍ୟ ଉପାୟ ଦ୍ୱାରା ଶରୀରର ଅକ୍ସିଜେନର ମାତ୍ରା କମି ଅଛି ନା ବହୁତ ସେ ସଂପର୍କରେ ଜାଣିପାରିବା। ଏଥିପାଇଁ ଆପଣଙ୍କୁ ଅକ୍ସିମିଟରର ଆବଶ୍ୟକତା ପଡିବ। ଏହି ମିଟର ସାହାଯ୍ୟରେ ଆପଣ ନିଜ ଅକ୍ସିଜେନର ମାତ୍ରା ଜାଣିପାରିବେ। ପ୍ରଥମେ ଏହାର ମାତ୍ରା ୯୮ ଆସିଥାଏ। ୬ ମିନିଟ ପରେ ଯଦି ଏହା କମ୍‌ ହୋଇ ୯୫ କିମ୍ବା ଏହାଠୁ କମ୍‌ ହୋଇଯାଏ, ତେବେ ଆପଣଙ୍କ ଅକ୍ସଚେନ ମାତ୍ରା କମ ରହିଛି ବୋଲି ଜାଣିବେ।

ଯଦି କୌଣସି ବ୍ୟକ୍ତିଙ୍କର ଫୁସଫୁସରେ ଯନ୍ତ୍ରଣା ହେଉଥାଏ ଏବଂ ଅକ୍ସିଜେନ ଠିକ ମାତ୍ରାରେ ଶରୀର ମଧ୍ୟକୁ ନଯାଏ , ତେବେ ଏଥିପାଇଁ ଆପଣ ଘରେ ହିଁ ସହଜ ଉପାୟ ଅବଲମ୍ବନ କରିପାରିବେ। ଏହି ସମସ୍ୟା ଦେଖାଯାଉଥିଲେ ପ୍ରଥମେ ମୁହଁ ତଳକୁ କରି ପେଟେଇକି ୧ରୁ ୨ଘଣ୍ଟା ଶୋଇଯାଆନ୍ତୁ। ଏହା କରିବା ଦ୍ୱାରା ଫୁସଫୁସକୁ ଆରାମ ମିଳିବା ସହ ଶରୀରରେ ଅକ୍ସିଜେନର ସ୍ତର ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.