Below header

ମୟୂରଭଞ୍ଜର ଗଣପର୍ବ ମକର, ନାଚ ଗୀତରେ ଜମୁଛି ଆସର

ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକର । ଗାଁ ରୁ ସହର ଉତ୍ସବ ମୁଖର । ମୟୂରଭଞ୍ଜ ଜିଲ୍ଲାର ମକର ସଂକ୍ରାନ୍ତି ସାଙ୍ଗକୁ ଟୁସୁ ପର୍ବ ଏକ ନିଆରା ପର୍ବ । କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ଟୁସୁ ପର୍ବକୁ ୩ଦିନ ଧରି ଧୁମଧାମରେ ପାଳନ କରିଥାନ୍ତି ।

ନୂଆପଡା (କେନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକର । ଗାଁ ରୁ ସହର ଉତ୍ସବ ମୁଖର । ମୟୂରଭଞ୍ଜ ଜିଲ୍ଲାର ମକର ସଂକ୍ରାନ୍ତି ସାଙ୍ଗକୁ ଟୁସୁ ପର୍ବ ଏକ ନିଆରା ପର୍ବ । କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ଟୁସୁ ପର୍ବକୁ ୩ଦିନ ଧରି ଧୁମଧାମରେ ପାଳନ କରିଥାନ୍ତି । ନୂଆ ପୋଷାକ ପରିଧାନ କରିବା ସହ ପିଠା ପଣାର ଆସର ଜମେ ଘରେ ଘରେ। ଟୁସୁ ଦେବୀଙ୍କ ମୁର୍ତ୍ତିକୁ ପୂଜା କରି ନାଚ ଗୀତରେ ସମସ୍ତେ ଝୁମିଥାନ୍ତି। ଟୁସୁ ଦେବୀ ଏହି କୁଡୁମୀ ସମ୍ପ୍ରଦାୟର ପ୍ରତୀକ ଦେବୀ ରୁପେ ପୂଜ ପାଆନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ବାଘମାରା ପଞ୍ଚାୟତରେ ଦୀର୍ଘ ୨୮ବର୍ଷ ଧରି ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି ସ୍ଥାନୀୟ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.