ଘର ବାହାରେ ରଖାଯାଇଥିବା କାର୍‌ରେ ହଠାତ୍‌ ଲାଗିଲା ନିଆଁ, ଧୁ ଧୁ ଜଳି ହୋଇଗଲା ପାଉଁଶ

ରାଜସ୍ଥାନର କରୌଲିରେ ଘର ବାହାରେ ରଖାଯାଇଥିବା ଏକ କାର୍‌ରେ ହଠାତ୍‌ ନିଆଁ ଲାଗିଯାଇଥିବା ଖବର ସାମ୍ନାକୁ ଆସିଛି । ନିଆଁ ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି ।

ରାଜସ୍ଥାନର କରୌଲିରେ ଘର ବାହାରେ ରଖାଯାଇଥିବା ଏକ କାର୍‌ରେ ହଠାତ୍‌ ନିଆଁ ଲାଗିଯାଇଥିବା ଖବର ସାମ୍ନାକୁ ଆସିଛି । ନିଆଁ ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟସ୍ଥିତ ମେଲା ଦରଓ୍ଵାଜାଠାରେ ଏହି ଘଟଣା ଘଟିଛି । ତେବେ ନିଆଁ କିପରି ଲାଗିଲା, ସେ ନେଇ କିଛି ଜଣାପଡ଼ି ନାହିଁ । ଖବର ପାଇ କରୌଲି କୋତଓ୍ଵାଲି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଏଠାକାର ବାସିନ୍ଦା ଶକିଲ ଖାନଙ୍କ ପୁଅ ବୁଲାକି ଖାନ କାର୍‌ ଡ୍ରାଇଭିଂ କାମ କରନ୍ତି । ଶକିଲ କହିଛନ୍ତି ଯେ ଦ୍ୱିପ୍ରହରରେ ତାଙ୍କ ପୁଅ ନିଜ ଇନୋଭା କାର୍‌ ଘର ବାହାରେ ରଖିଥିଲେ । ହେଲେ ରାତି ପାଖାପାଖି ସାଢ଼େ ୧ଟା ବେଳେ ହଠାତ୍‌ କାର୍‌ରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ କାର୍‌ଟି ଧୁ ଧୁ ହୋଇ ଜଳିବାକୁ ଲାଗିଥିଲା ।

ଏହି ସମୟରେ ପଡ଼ିଶା ଘରର ଜଣେ ବ୍ୟକ୍ତି କାର୍‌ରେ ନିଆଁ ଲାଗିବା ନେଇ ତାଙ୍କୁ ଖବର ଦେଇଥିଲେ । ସେପଟେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ଏହା ପରେ ଲୋକମାନେ ତୁରନ୍ତ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଛି । ପୋଲିସ ପହଞ୍ଚି ଘଟଣା ବିଷୟରେ ଅବଗତ ହେବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.