ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ, ସ୍କୁଲର ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ମାଲକାନଗିରି(କେନ୍ୟୁଜ୍): ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ । ମାଲକାନଗିରି ସାଲିମି ସ୍କୁଲରେ ପାଠ ପଢାଇଥିଲେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ । ଛାତ୍ରଛାତ୍ରୀଙ୍କ ସମସ୍ୟା ମଧ୍ୟ ପଚାରି ବୁଝିଥିଲେ ଜିଲ୍ଲାପାଳ । ଛାତ୍ରଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିବା ସହ ନିଜେ କଳାପଟାରେ ପିଲାଙ୍କୁ ଗଣିତ ପଢାଇଥିଲେ । ବିଭିନ୍ନ ସ୍କୁଲ ଏବଂ ଅଙ୍ଗନବାଡି ପରିଦର୍ଶନରେ ଯାଇ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଖାଦ୍ୟ ମାନ ପରଖିଥିଲେ । ସ୍କୁଲର ବିଭିନ୍ନ ସମସ୍ୟାକୁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ ।

 

Leave A Reply

Your email address will not be published.