Below header

ଦୁଇ ବର୍ଷ ପରେ ହଜିଲା ପୁଅକୁ ପରିବାର ଲୋକଙ୍କୁ ଫେରାଇଲା ମାଲକାନଗିରି ପୋଲିସ୍, ଭିଡିଓ କଲ୍ ପାଲଟିଲା ସଂଯୋଗର ସେତୁ

ମାଲକାନଗିରି: ସମୟ ଆଉ ପରିସ୍ଥିତି କେବେ କାହାକୁ କେଉଁଠି ନେଇ ପହଁଚାଇବ ତାହା କହିବ ଅସମ୍ଭବ । ଏମିତି ଦୁଇ ବର୍ଷ ତଳେ ଝାଡ଼ଖଣ୍ଡର ଏକ ଗରିବ ଘରର ପୁଅ କାମ ସନ୍ଧାନରେ ଘରୁ ଗୋଡ କାଢିଥିଲା। କାମର ସନ୍ଧାନ କରୁ କରୁ ହଠାତ୍ ନାବାଳକ ପୁଅ ହୋଇଗଲା ନିଖୋଜ। ବହୁତ୍ ଖୋଜା ଖୋଜି କରି ଥାନାରେ ଏତଲା ଦେବା ପରେ ମଧ୍ୟ ପରିବାର ଲୋକେ ପୁଅକୁ ପାଇଲେନି। ଶେଷରେ ବାଧ୍ଯ ହୋଇ ପୁଅର ଫେରିବା ପାଟକୁ ଚାହିଁ ରହିଲେ। ଏହା ଭିତରେ ବିତିଯାଇଛି ଦୁଇ ବର୍ଷ । ଆଉ ଦୁଇ ବର୍ଷର ଅପେକ୍ଷା ପରେ ଏହି ପରିବାକୁ ମିଳିଛି ପୁଅ ମିଳିଯିବାର ସୂଚନା।

ମାଲକାନଗିରିରେ ପୋଲିସର ରାତ୍ରିକାଳୀନ ପେଟ୍ରୋଲିଂ ବେଳେ ଉଦ୍ଧାର ହୋଇଛି ସେଇ ନିଖୋଜ ପୁଅ। ଉଦ୍ଧାର ପରେ ଜିଲ୍ଳା ପୋଲିସ୍ ଯୋଗାଯୋଗ କରି ଥିଲା ଝାଡ଼ଖଣ୍ଡର ସେହି ପରିବାରକୁ। ଏହାପରେ ଭିଡିଓ କଲ୍ ପାଲଟିଲା ସଂଯୋଗର ସେତୁ। ହଜିଥିବା ପୁଅ ଜଣକ ହେଉଛି ସୁନ୍ଦର ଗୋପେ। ଝାଡ଼ଖଣ୍ଡ ରୁ ଦୁଇ ବର୍ଷ ତଳେ ନିଖୋଜ ହୋଇଥିବା ଏହି ପୁଅ ମୁହଁରେ ଆଜି ଖୁସିର ଲହରି। ଦୁଇ ବର୍ଷ ପରେ ମା ନିଜ ହଜିଲା ପୁଅକୁ ପାଇଁ ବେଶ୍ ଖୁସି। ଖାଲି ମା ନୁହେଁ ସାରା ଗାଁରେ ଖୁସିର ଲହରୀ। ଏହା କେବଳ ସମ୍ଭବ ହୋଇ ପାରିଛି ମାଲକାନଗିରି ଜିଲ୍ଲା ପୋଲିସ ପାଇଁ।

missingମାଲକାନଗିରି ପୋଲିସର ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ଉଦ୍ଧାର ହୋଇଥିଲା ଏହି ପିଲାଟି। ଉଦ୍ଧାର କରିବା ପରେ ଯାତ୍ରୀ ବିଶ୍ରାମଗାରରେ ନେଇ ଉପଯୁକ୍ତ ବ୍ୟବସ୍ଥା କରି ବହୁ ପଚରାଉଚୁରା କରିବା ପରେ ପିଲାଟି ନିଜ ଘରର ସମୁର୍ଣ୍ଣ ବିବରଣୀ ଦେଇଥିଲା । ଉଦ୍ଧାର କରିଥିବା ପୋଲିସ ଏସ୍ ଆଇ ଶୁଭଶ୍ରୀ ଖୁବ୍ ସରଳତାର ସହ ପିଲାଟିଠାରୁ ସମସ୍ତ ଘଟଣା ସମ୍ପର୍କରେ ବୁଝିଥିଲେ। ତା ପରେ ଯୋଗାଯୋଗ ଆରମ୍ଭ କରିବା ପରେ ଶେଷରେ ଖୋଜାଖୋଜି କରି ଝାଡ଼ଖଣ୍ଡ ପୋଲିସ ପହଁଚି ଥିଲା ପୁଅଟିର ଘରକୁ। ଏବେ ଦୁଇ ବର୍ଷ ପରେ ମା ବାପା ପୁରା ପରିବାର ନିଜ ହଜିଲା ପୁଅକୁ ପାଇଁ ବେଶ୍ ଖୁସି। ତେବେ ଓଡିଶା ପୋଲିସର ଏଭଳି କାର୍ଯ୍ଯକୁ ବେଶ୍ ପ୍ରଶଂସା କରିଛନ୍ତି ସମଗ୍ର ଗ୍ରାମବାସୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.