Below header

ଲକ୍‌ଡାଉନ୍‌ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’, ମାନିବାକୁ ପଡ଼ିବ ଏସବୁ ନିୟମ

କରୋନା ଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଉଠିବା ପରେ ଏବେ ସବୁକିଛି ଧୀରେ ଧୀରେ ସ୍ୱାଭାବିକ୍‌ ହେଉଛି। ସମସ୍ତ ପର୍ଯ୍ୟଟନସ୍ଥଳକୁ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ଏସବୁ ସ୍ଥାନକୁ ପର୍ଯ୍ୟଟକଙ୍କୁ ଯିବାକୁ ନିର୍ଦ୍ଦେଶ ରହିଛି। ଇତି ମଧ୍ୟରେ ସରକାର ଅକ୍ଟୋବର ୧୭ରୁ ନର୍ମଦା ଜିଲ୍ଲାର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

କରୋନା ମହାମାରୀ ବ୍ୟାପିବା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ପ୍ରାୟ ୭ ମାସ ହେଲା ବନ୍ଦ ଥିଲା। କିନ୍ତୁ ଏବେ ପୂରା ସୁରକ୍ଷା ବ୍ୟବସ୍ଥା ସହ ଏହା ଖୋଲାଯିବ। ମଙ୍ଗଳବାର ଦିନ ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଅଧିକାରୀଙ୍କ କହିବାନୁସାରେ ପ୍ରତିଦିନ ସର୍ବାଧିକ ୨୫୦୦ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଅନୁମତି ଦିଆଯିବ। ସେଥିମଧ୍ୟରୁ କେବଳ ୫୦୦ ଜଣଙ୍କୁ ଗ୍ୟାଲେରୀ ଭିତରକୁ ଯିବାକୁ ଅନୁମତି ମିଳିବ। ଫଳରେ ସାମାଜିକ ଦୂରତ୍ୱ ବଜାୟ ରହିବ ଓ ଭାଇରସ୍‌ ସଂକ୍ରମଣକୁ ରୋକାଯାଇପାରିବ। ପ୍ରବେଶ ପାଇଁ ପ୍ରତିଦିନ ଦୁଇ ଘଣ୍ଟା ଲେଖାଏଁ ପାଞ୍ଚଟି ସ୍ଲଟ୍‌ ରହିବ। ପ୍ରତ୍ୟେକ ସ୍ଲଟ୍‌ରେ କେବଳ ୫୦୦ ଜଣଙ୍କୁ ପ୍ରବେଶ ଅନୁମତି ମିଳିବ। ସରକାର ସ୍ପଷ୍ଟ କରିଛନ୍ତି ଯେ ପ୍ରବେଶ ପାଇଁ କେବଳ ଅନ୍‌ଲାଇନ୍‌ରେ ହିଁ ଟିକେଟ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.