ପୁଣି ଦେଖିବାକୁ ମିଳିବ ନୋରାଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ, ଏଥର ଗୁରୁଙ୍କ ସହିତ ଆସିବେ ନଜର

ବଲିଉଡର ଜଣେ ଲୋକପ୍ରିୟ ଡ୍ୟାନ୍ସର ତଥା ଅଭିନେତ୍ରୀ ନୋରା ଫତେହି ତାଙ୍କର ଆଗାମୀ ଗୀତ ନାଚ୍ ମେରୀ ରାନୀଙ୍କ ପାଇଁ ସିଙ୍ଗର ଗୁରୁ ରନ୍ଧାୱାଙ୍କ ସହ ନଜର ଆସିବେ। ନିକଟରେ ଦି କପିଲ ଶର୍ମା ଏହା ବିଷୟରେ ଘୋଷଣା କରାଯାଇଛି। ତେବେ ପ୍ରଥମ ଥର ପାଇଁ ନୋରା ଏବଂ ଗୁରୁଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିବ।

ପିଙ୍କଭିଲ୍ଲାର ଏକ୍ସକ୍ଲୁସିଭ୍ ବିଟିଏସ୍ ଭିଡିଓରେ, ନୋରା ଏବଂ ଗୁରୁଙ୍କ କୁଲ୍‌ ଏବଂ ସ୍ମଥ ମୁଭ୍‌ ଦେଖିବାକୁ ମିଳିବ। ଯାହାର ଝଲକ୍‌ ରିହରସଲ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ଦୁହେଁ କାଜୁଆଲ୍ ଏବଂ ସ୍ପୋର୍ଟସ ଡ୍ରେସ ପିନ୍ଧି ରିହରସଲ ଆରମ୍ଭ କରିଦେଇଛନ୍ତି।

ଏହାଛଡା ଗୁରୁ ନିଜ ଇନଷ୍ଟାଗ୍ରାମରେ ନୋରାଙ୍କ ସହ ଏକ ଫଟୋ ସେୟାର କରିଥିଲେ ଏବଂ ପ୍ରଶଂସକମାନଙ୍କୁ ସେମାନଙ୍କର ଆଗାମୀ ଗୀତ ନାଚ ମେରୀ ରାନୀ ବିଷୟରେ ଜଣାଇଥିଲେ। ସୁନ୍ଦର ଫଟୋରେ ଦୁହେଁ ଏକାଠି ପୋଜ୍ ମାରିଥିବାର ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.