ଦଶହରାକୁ ଦୃଷ୍ଟିରେ ରଖି ରେଲୱେ ଚଲାଇବ ୩୯୨ଟି ନୂଆ ଟ୍ରେନ୍‌, ଦେଖନ୍ତୁ ପୂରା ତାଲିକା

ଆସନ୍ତା ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରେଳବିଭାଗ ତରଫରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଯୋଜନା କରାଯାଇଛି। ୨୦ ଅକ୍ଟୋବରରୁ ୩୦ ନଭେମ୍ବର ମଧ୍ୟରେ ୩୯୨ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ରେଳ ମନ୍ତ୍ରାଳୟ ଏକ ବୟାନରେ କହିଛନ୍ତି ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼ ବଢ଼ିପାରେ। ଏଣୁ ରେଳ ବିଭାଗ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଦୁର୍ଗା ପୂଜା, ଦଶହରା, ଦୀପାବଳି ଓ ଛଟ୍‌ ପୂଜା ବେଳେ ଛୁଟି ଥିବାରୁ ଯାତ୍ରୀ ସଂଖ୍ୟା ବଢ଼ିପାରେ। ଏଣୁ କୋଲକାତା, ପାଟଣା, ବାରଣାସୀ, ଲକ୍ଷ୍ନୌ ସମେତ ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଯିବ। ଏବେ ଯାଏଁ ରେଲୱେ ୩୦୦ରୁ ଅଧିକ ମେଲ/ଏକ୍ସପ୍ରେସ ରେଳ ଗାଡ଼ି ଚଳାଚଳ ଆରମ୍ଭ କରିଛି। ଏହା ନିୟମିତ ଭାବେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି।

ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏହି ସ୍ୱତନ୍ତ୍ର ଟ୍ରେନ୍‌ ନଭେମ୍ବର ୩୦ ଯାଏଁ ଚାଲିବ। ମଙ୍ଗଳବାର ଜାରି କରାଯାଇଥିବା ନୋଟିଫିକେସନ୍‌ରେ ରେଲୱେ ବୋର୍ଡ କହିଛନ୍ତି ଏହି ସ୍ୱତନ୍ତ୍ର ଟ୍ରେନ୍‌ ଘଣ୍ଟା ପ୍ରତି ୫୫ କିଲୋମିଟର ବେଗରେ ଚାଲିବ ଓ ସ୍ୱତନ୍ତ୍ର ଟ୍ରେନ୍‌ର ଭଡ଼ା ଏଥିରେ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.