Below header

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ମାଟି ତଳୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ପୋଲିସକୁ ବଡ଼ ସଫଳତା । ସ୍ୱାଭିମାନ ଅଞ୍ଚଳର ମୁକୁଡ଼ିପାଲି ଜଙ୍ଗଲରେ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲେମୋର ମାଇନ, ଡିଟୋନେଟର ଓ ମାଓ ପୁସ୍ତିକା ଜବତ କରିଛି ପୋଲିସ।

SOG, DVF ଓ BSFର ମିଳିତ ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ମାଟି ତଳେ ପୋତିଥିବା ବିସ୍ଫୋରକ ସାମଗ୍ରୀ ଠାବ କରିଥିଲେ । ପୋଲିସକୁ ଟାର୍ଗେଟ କରି ଏସବୁ ରଖିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.