Below header

ଖସି ପଳାଇଲା ଚୋର: ଏତେ ଖର୍ଚ୍ଚ ଦେଖି ଛେଳିର ଯତ୍ନ ନେଲେ ନାହିଁ ପଡ଼ୋଶୀ ପରିବାର, ଏବେ ବାଧ୍ୟ ହୋଇ ଥାନାରେ ଛେଳି ଜଗୁଛି ପୋଲିସ

ଗ୍ରେଟର ନୋଏଡାର ଦାନକୌର ଥାନା ଅଧିନ ବିଳାଶପୁର ଆଉଟପୋଷ୍ଟ ଅଞ୍ଚଳରେ ପୋଲିସ ଚୋର ଧରିବା ବଦଳରେ ଏବେ ଏକ ଛେଳିର ଯତ୍ନ ନେବାରେ ବ୍ୟସ୍ତ। ପ୍ରକୃତ କଥାଟି ହେଲା, ପୋଲିସ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏହି ଛେଳିକୁ ଦୁଇଜଣ ଚୋର ବାଇକରେ ଚୋରି କରି ନେଇଯାଉଥିଲେ, କିନ୍ତୁ ପୋଲିସକୁ ଦେଖି ସେମାନେ ଛେଳିକୁ ଛାଡ଼ି ଫେରାର ହୋଇଯାଇଥିଲେ। ପୋଲିସ ଛେଳିକୁ ନିଜ କବ୍ଜାକୁ ଆଣି ଥାନା ସମ୍ମୁଖରେ ବାନ୍ଧିଥିଲା। ଏବେ ନୋଏଡା ପୋଲିସ ଚୋର ବଦଳରେ ଛେଳିର ମାଲିକକୁ ଖୋଜିବାରେ ଲାଗିପଡିଛି।

ସବୁଠାରୁ ମଜା କଥା ହେଉଛି, ପୋଲିସ ଛେଳିର ଖାଦ୍ୟପେୟର ଧ୍ୟାନ ରଖିବା ପାଇଁ ଥାନା ନିକଟସ୍ଥ ଏକ ପଡ଼ୋଶୀ ପରିବାରକୁ ଦାୟିତ୍ୱ ଦେଇଥିଲା। ଯେ ପର୍ଯ୍ୟନ୍ତ ମାଲିକ ନ ମିଳିଛି, ସେ ପର୍ଯ୍ୟନ୍ତ ଏହାର ଯତ୍ନ ନେବାକୁ ପୋଲିସ କହିଥିଲା। କିନ୍ତୁ ଉକ୍ତ ପରିବାର ଛେଳିର ପ୍ରତିଦିନର ଖାଦ୍ୟପେୟ ଖର୍ଚ୍ଚ ୨୦୦ ଟଙ୍କା ଏବଂ ଘରଦ୍ୱାର ମଳମୂତ୍ର ହେବା ଦେଖି ପୁଣିଥରେ ଛେଳିକୁ ନେଇ ଥାନାରେ ବାନ୍ଧିଦେଇ ଆସିଛନ୍ତି।

dc

ଯାହାଫଳରେ ଏବେ ଛେଳିର ଦେଖାଶୁଣା ପୋଲିସ ନିଜେ ହିଁ କରୁଛି। ବର୍ତ୍ତମାନ ପୋଲିସ ଛେଳି ମାଲିକକୁ ଖୋଜିବାରେ ଲାଗିପଡ଼ିଛି, ଯେପରି ଛେଳିଠାରୁ ଧ୍ୟାନ ହଟାଇ ନିଜ କାମରେ ମନ ଲଗାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.