Below header

ଓଡ଼ିଶାରେ ମମତା ବାନାର୍ଜୀ, ନବୀନଙ୍କ ସହ ଭେଟ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନା, ଆଜି ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ

ଭୁବନେଶ୍ବର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ରାତିରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ । ଉପସ୍ଥିତ ଥିଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେଠାରୁ ସେ ସିଧାସଳଖ ପୁରୀରେ ପହଞ୍ଚିଥିଲେ । ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ପହଞ୍ଚି ରାତ୍ରି ଯାପନ କରିଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଓ ଏସ୍‌ପି ଉମାଶଙ୍କର ଦାସ । ଆଜି ମହାପ୍ରଭୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ୨୭ରେ ଭୁବନେଶ୍ୱରରେ ରହି ୨୮ ତାରିଖରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ୍‌ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.