Below header

ସ୍ୱର୍ଗତ ମିନାକ୍ଷୀ ମିଶ୍ରଙ୍କ ପୁଅ ରାଜା ମିଶ୍ରଙ୍କୁ ମିଳିଲା ଜାମିନ୍, ପଣ୍ଡା କଲୋନୀରେ ପାର୍କିଂକୁ ନେଇ ଗଣ୍ଡଗୋଳ ମାମଲାରେ ଗିରଫ କରିଥିଲା ପୋଲିସ୍

ଭୁବନେଶ୍ବର: ସ୍ୱର୍ଗତ ମିନାକ୍ଷୀ ମିଶ୍ରଙ୍କ ପୁଅ ରାଜା ମିଶ୍ରଙ୍କୁ ମିଳିଛି ଜାମିନ । ପୂର୍ବରୁ ରାଜାଙ୍କୁ ଚଳିତ ମାସ ୧୩ ତାରିଖରେ ଅନ୍ତରୀଣ ଜାମିନ ମିଳିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି କୋର୍ଟରେ ଉପସ୍ଥିତ ହୋଇଥିଲେ ରାଜା ମିଶ୍ର । ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଶୁଣାଣି କରି ରାଜାଙ୍କୁ ରେଗୁଲାର୍‌ ଜାମିନ ପ୍ରଦାନ କରିଛନ୍ତି । ଗତମାସ ୨୮ ତାରିଖରେ ପଣ୍ଡା କଲୋନୀରେ ପାର୍କିଂକୁ ନେଇ ଗଣ୍ଡଗୋଳ ମାମଲାରେ ରାଜାକୁ ଗିରଫ କରିଥିଲା ପୋଲିସ । ଗତ ୧୨ ତାରିଖରେ ପୁଅର ଗିରଫଦାରୀ ପ୍ରତିବାଦରେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମିନାକ୍ଷୀ । ୮ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୋଲିସ ଡିଜି ଆଇଜି ରେଖା ଲୋହାନିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.