ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ଷଷ୍ଠ ଦିନ, ଜାଣନ୍ତୁ ପଞ୍ଚମ ଦିନରେ କିଏ ହାସଲ କରିଛନ୍ତି କେଉଁ ପଦକ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ଷଷ୍ଠ ଦିନ। ପଞ୍ଚମ ଦିନରେ ସ୍ୱିମର୍‌ ସାଧ୍ୱୀ ଧୁରୀ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାସହ ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ୭ଟି ସ୍ୱର୍ଣ୍ଣ ଓ ୧୪ଟି ମେଡାଲ ସହ ତାଲିକାର ଶୀର୍ଷରେ ପହଞ୍ଚିଛି । ଏଥିସହ ପଞ୍ଜାବ ୟୁନିଭର୍ସିଟି ୬ଟି ସ୍ୱର୍ଣ୍ଣ ପଦକ ଓ ୧୮ଟି ମେଡାଲ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ବେଙ୍ଗାଲୁରୁର ଜୈନ ୟୁନିଭର୍ସିଟି ଓ ଅମୃତସରର ଗୁରୁ ନାନକ ଦେବ୍‌ ୟୁନିଭର୍ସିଟି ୬ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଓ ସ୍ୱଳ୍ପସଂଖ୍ୟକ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ତାଲିକାରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ପଟିଆଲାର ପଞ୍ଜାବୀ ୟୁନିଭର୍ସିଟି ଏହାର ତୀରନ୍ଦାଜଙ୍କ ମଧ୍ୟରେ ୩ଟି ସ୍ୱର୍ଣ୍ଣ ପଦକ ଜିତି ତାଲିକାର ପଞ୍ଚମ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.