Below header

ଦିଲ୍ଲୀରେ ଥମୁନି ସିଏଏ ନିଆଁ: ମୃତ୍ୟୁ ସଂଖ୍ୟା ବଢି ୨୦ରେ ପହଞ୍ଚିଛି, ହିଂସା ନେଇ ଦିଲ୍ଲୀ ପୋଲିସକୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି କୋର୍ଟ

ନୂଆଦିଲ୍ଲୀ:ଦିଲ୍ଲୀରେ ଥମୁନି ସିଏଏ ନିଆଁ । ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହେଲାଣି । ଆହତ ହୋଇଛନ୍ତି ଶତାଧିକ । ଆଜି ସକାଳୁ ସକାଳୁ କୌଣସି ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛନ୍ତି ବ୍ୟାପକ ସୁରକ୍ଷାକର୍ମୀ । ପରିସ୍ଥିତି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଆଜି ବି ଉତ୍ତର-ପୂର୍ବ ଦିଲ୍ଲୀ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖାଯାଇଛି । ସେପଟେ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ଘନ ଘନ ବୈଠକ ବସୁଛି । ହିଂସା ନେଇ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ଦିଲ୍ଲୀ ପୋଲିସକୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି କୋର୍ଟ । ଆହତଙ୍କ ସୁରକ୍ଷା ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

SUPREME COURTସେହିପରି ଆହତଙ୍କୁ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେପଟେ ଆଜି ସୁପ୍ରିମକୋର୍ଟରେ ଏସମ୍ପର୍କିତ ମାମଲାର ଶୁଣାଣି ରହିଛି । ଉତ୍ତରପୂର୍ବ ଦିଲ୍ଲୀରେ ଶାନ୍ତି ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯାଇଛି । ବିଳମ୍ବିତ ରାତିରେ ଜାମିଆ ସମନ୍ଵୟ କମିଟି ପକ୍ଷରୁ ବିକ୍ଷୋଭ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.