Below header

ବିନା ଟ୍ରେନିଙ୍ଗରେ ଏଭରେଷ୍ଟ ଚଢ଼ିଲେ ଓଡିଆ ମହିଳା ମମତା

ବ୍ୟାଙ୍କର ଶୀତକାଳୀନ ଛୁଟିରେ ଯାଇ ଏଭରେଷ୍ଟ ଵେସ କ୍ୟାମ୍ପ ଆରୋହଣ କରିବା ପାଇଁ ମନସ୍ଥ କରିଥିଲେ । ବିନା ପ୍ରଶିକ୍ଷଣରେ ସେ ଏଭଳି ଏକ ଦୁଃସାହାସିକ କାର୍ଯ୍ୟ କରିବା ପାଇଁ ବାହାରି ଥିଲେ। ।

କଟକ (କେନ୍ୟୁଜ) : ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ହେଉଛି ଏଭରେଷ୍ଟ, ଆଉ ଏହି ଏଭରେଷ୍ଟ ଚଢ଼ିଲେ ଓଡିଆ ଝିଅ । ଯାହାପରେ ଓଡିଆ ଝିଅ ହାସଲ କରିଛନ୍ତି ବଡ ସଫଳତା । ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ମହିଳା। ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହ ଆରୋହଣ କରିଛନ୍ତି ଏହି ଶୃଙ୍ଗ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମର ମମତା ରାଉତ ବ୍ୟାଙ୍ଗଲୋରର ଷ୍ଟାଣ୍ଡାର୍ଡ ଚାର୍ଟାଡ଼ ବ୍ୟାଙ୍କରେ ସିନିଅର ଟେକ୍ନିକାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ବେଙ୍ଗାଲୁରୁ ହ୍ଵାଇଟ ଫିଲ୍ଡରେ ସେ ତାଙ୍କ ସ୍ୱାମୀ ଓ ଦୁଇଟି ସନ୍ତାନଙ୍କ ସହ ରୁହନ୍ତି ।

ତେବେ ସେ ବ୍ୟାଙ୍କର ଶୀତକାଳୀନ ଛୁଟିରେ ଯାଇ ଏଭରେଷ୍ଟ ଵେସ କ୍ୟାମ୍ପ ଆରୋହଣ କରିବା ପାଇଁ ମନସ୍ଥ କରିଥିଲେ । ବିନା ପ୍ରଶିକ୍ଷଣରେ ସେ ଏଭଳି ଏକ ଦୁଃସାହାସିକ କାର୍ଯ୍ୟ କରିବା ପାଇଁ ବାହାରି ଥିଲେ। । ଏବଂ ସ୍ଵାମୀଙ୍କ ସପୋର୍ଟ ପରେ ସେ ହିମାଳୟ ଓଣ୍ଡର ସଂସ୍ଥା ସହ ଯୋଗାଯୋଗ କରି ଶେଷ ରେ ଏଭରେଷ୍ଟ ବେଶ୍ କ୍ୟାମ୍ପ ପାଇଁ ଡିସେମ୍ବର ୨୫ରେ ଯାତ୍ରା ଆରମ୍ଭ କରିଥିଲେ । ସେ ହିମାଳୟ ଓଣ୍ଡର ସଂସ୍ଥା ପକ୍ଷରୁ ଡିସେମ୍ବର ୨୫ ତାରିଖରେ ଏଭରେଷ୍ଟ ଵେସ କ୍ୟାମ୍ପ ଆରୋହଣ କରିଥିଲେ। ୫ ହଜାର ୩୬୪ ମିଟର ଉଚ୍ଚ ଏଭରେଷ୍ଟ ବେସ କ୍ୟାମ୍ପ ଓ ୫୫୫୦ ମିଟର କଳାପଥରରେ ଜାନୁଆରୀ ୧ ତାରିଖରେ ପହଞ୍ଚି ଥିଲେ। ଜାନୁଆରୀ ୫ ତାରିଖରେ ଏଭରେଷ୍ଟ ପାଦ ଦେଶରେ ପହଞ୍ଚି ଯାଇଥିଲେ।

ସବୁଠୁ ବଡ କଥା ହେଉଛି ମାଇନସ ୫୦ ଡିଗ୍ରୀ ତାପମାତ୍ରାରେ ସେ ଏଭରେଷ୍ଟ ବେସ କ୍ୟାମ୍ପରେ ପହଞ୍ଚି ଜାତୀୟ ପତାକା ଉଡାଇ ଥିଲେ। ମମତାଙ୍କ ସଫଳ ଆରୋହଣ ପାଇଁ ତାଙ୍କୁ ହିମାଳୟ ଓଣ୍ଡର ପକ୍ଷରୁ ସମର୍ଦ୍ଧିତ କରାଯାଇଛି। ଜଣେ ମହିଳା ହୋଇ ମଧ୍ୟ ନିଜର ଦୃଢ ଇଚ୍ଛାଶକ୍ତି ତାଙ୍କୁ ଏହି ସଫଳତା ଆଣି ଦେଇଛି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.