Below header

ମହାଲିଙ୍ଗ ସନସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟା ମାମଲା: ଜବତ ହେଲା ସ୍କୁଟି ଓ ଜେସିବି

କଣ୍ଟାବାଞ୍ଝି(କେନ୍ଯୁଜ୍): ମହାଲିଙ୍ଗ ସନସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟା ମାମଲାରେ ଜବତ ହେଲା ସ୍କୁଟି ଓ ଜେସିବି। ଏହି ୨ଟି ଗାଡିକୁ ଜବତ କରି ସିନ୍ଧିକେଲା ଥାନାକୁ ଅଣାଯାଇଛି। ମମିତାଙ୍କୁ ହତ୍ୟା କରିବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତଦେହ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା। ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ଗିରଫ କରିଛି। ଦୁହେଁ ଏବେ କଣ୍ଟାବାଞ୍ଜି ସବ୍‌ଜେଲ୍‌ରେ ଅଛନ୍ତି।

ସୂଚନା ଥାଉକି, ମମିତା ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଭିନ୍ନ ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଉଛି। ପ୍ରଭାବରେ ବିଭିନ୍ନ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରଖାଯାଉଛି। କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରି ଗାଡି ମୋଟର ଅଟକାଇବା ସହ ରାସ୍ତାରୋକ କରୁଛନ୍ତି। କେଉଁଠି ୧୨ଘଣ୍ଟିଆ ତ କେଉଁଠି ୮ ଓ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ସୂଚନା ଥାଉକି,  ପର୍ଦ୍ଦାଫାସ୍ ହୋଇଛି ମମିତା ମେହେର ମର୍ଡର ମିଷ୍ଟ୍ରି । ମହାଲିଙ୍ଗ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିବା ମାନିଛି ଗୋବିନ୍ଦ ସାହୁ । ଏଥିପାଇଁ ପୂର୍ବରୁ ପ୍ଲାନ୍‌ କରିଥିଲା ଅଭିଯୁକ୍ତ । ୮ ତାରିଖ ଦିନ କାରରେ ମମିତାଙ୍କୁ ହତ୍ୟା କରିଥିଲା । ଭବାନୀପାଟଣାରୁ କେ.ଗାଁ ଯିବା ବାଟରେ ହତ୍ୟା କରିଥିଲା ଗୋବିନ୍ଦ । ହତ୍ୟାର କାରଣ ଥିଲା ମମିତା ପ୍ରତିି ଗୋବିନ୍ଦଙ୍କ ଆକ୍ରୋଶ । କାରଣ ଗୋବିନ୍ଦଙ୍କ ପରକୀୟାପ୍ରୀତି କଥା ମମିତା ଜାଣିଥିଲେ । ଗୋବିନ୍ଦଙ୍କ ମୁଖା ଖୋଲିବାକୁ ଧମକ ଦେଉଥିଲେ । ରାଗ ରଖି ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଛି । ଗାଡ଼ିରେ ମୃତଦେହ ନେଇ ମିନିଷ୍ଟାଡିୟମ ଯାଇଥିଲା ଗୋବିନ୍ଦ ।

ଆଗରୁ ଖୋଳାଯାଇଥିବା ଗାତରେ ମୃତଦେହ ପୋଡିଥିଲା । କାର୍ଡବୋର୍ଡ ଓ ଟାୟାରରେ ନିଆଁ ଲଗାଇ ପୋଡିଥିଲା ମୃତଦେହ । ୯ ତାରିଖ ସକାଳେ ଗାତ ପୋତିଥିଲା ଗୋବିନ୍ଦ । କାର ଭିତରୁ ତଥ୍ୟ ପ୍ରମାଣ ମିଳିଛି । ଏହି ଘଟଣାରେ ଗୋବିନ୍ଦଙ୍କ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । ପ୍ରେସମିଟରେ ମମିତା ମର୍ଡର ମିଷ୍ଟ୍ରିର ଖୁଲାସା କରିଥିଲେ ଉତ୍ତରାଞ୍ଜଳ ଡିଆଇଜି ଦୀପକ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.