ପୁଣି ଲାଲ ବାହିନୀକୁ ଧକ୍କା , ଯବାନଙ୍କ ସହ ଗୁଳି ବିନିମୟରେ ଟଳି ପଡ଼ିଲେ ୩ ମହିଳା ମାଓବାଦୀ

ମାଲକାନାଗିରି (କେନ୍ୟୁଜ): ପୁଣି ଲାଲ ବାହିନୀକୁ ଧକ୍କା । ଯବାନଙ୍କ ସହ ଗୁଳି ବିନିମୟରେ ଟଳିପଡିଲେ ୩ ମହିଳା ମାଓବାଦୀ। ମାଲକାନାଗିରି ଜିଲ୍ଲା ଛତିଶଗଡ଼ ଦାନ୍ତେୱାଡା ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମୃତ ୩ ମାଓବାଦୀଙ୍କ ନାଁରେ ୧୫ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। କଟେକଲ୍ୟାଣ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା।

ମୃତ ୩ ମାଓବାଦୀ କଟେକଲ୍ୟାଣ ମାଓ ସଙ୍ଗଠନର ମୁଖ୍ୟ ରାଜେ ମୁୁଚାକି, ଚିନ୍ତଲନାର ଏରିଆ କମିଟି ମାଓ ସଙ୍ଗଠନ ମୁଖ୍ୟ ଗୀତା ମର୍କମ ଓ କଟେକଲ୍ୟାମ ଏରିଆ କମିଟି CNM ମୁଖ୍ୟ ଜ୍ୟୋତି ନୁପ୍ପୋ। ଘଟଣାସ୍ଥଳରୁ ମୃତଦେହ ସମେତ ବିସ୍ଫୋରକ,ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି । ଏବେ ବି କୁମ୍ବିଂ ଅପରେସନ୍‌ ଜାରି ରହିଥିବା ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସ୍‌ପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.