Below header

ମୋହନା:ଲକଡାଉନରେ ପେଟ୍ରୋଲିଙ୍ଗ ବେଳେ ପୋଲିସ ଉପରକୁ ଆକ୍ରମଣ ଘଟଣା,ମୁଖ୍ୟ ଅଭିଯୁକ୍ତ ଗିରଫ କଲା ଅଡବା ପୋଲିସ

ମୋହନା(କେନ୍ୟୁଜ):ଲକଡାଉନରେ ପେଟ୍ରୋଲିଙ୍ଗ ବେଳେ ପୋଲିସ ଉପରକୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୟ ନାୟ କୁ ଗିରଫ କରିଛି ଅଡବା ପୋଲିସ l ଗତ ୧୪ ତାରିଖ ବିଳମ୍ବିତ ରାତିରେ ଅଡବା ପୋଲିସ ୭ଜଣ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିରିକୋଟ ଗ୍ରାମଠାରେ କିଛି ଲୋକ ଏକାଠି ଜମା ଦେଖି ସେମାନଙ୍କ ନିକଟକୁ ଯାଇଥିଲା l ସେଠାରେ ଏକ ଜାରରେ ମଦ ଭର୍ତ୍ତି ହୋଇଥିବା ଦେଖି ପୋଲିସ ମଦ ଜବତ କରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ଉପସ୍ଥିତ ଜନସାଧାରଣମାନେ ପୋଲିସ ଗାଡି ଏବଂ କର୍ମଚାରୀ ମାନଙ୍କୁ ଆକ୍ରମଣ ଆକ୍ରମଣ କରିଥିଲେ l ଏଥିରେ ଗାଡିଟି ଭାଙ୍ଗିରୁଜି ଯାଇଥିବା ବେଳେ କିଛି କର୍ମଚାରୀ ମଧ୍ୟ ଆହତ ହୋଇଥିଲେ l ଆକ୍ରମଣ ପରେ ଉତ୍ୟକ୍ତ ଲୋକେ ପୋଲିସ କର୍ମଚାରୀ ମାନଙ୍କୁ ଅଟକ ମଧ୍ୟ ରଖିଥିଲେ l ଏବଂ ସେଠାରେ ବିଜୟ ନାୟକ ନାମକ ଜଣେ ବ୍ୟକ୍ତି ନିଜକୁ ମୋହନା ବିଧାୟକଙ୍କ p.a ର ପରିଚୟ ଦେବାସହ ଡିୟୁଟିରେ ଥିବା s.i ଚନ୍ଦନ କୁମାର ଦାସ ଙ୍କୁ ଚାକିରିରୁ ବାହାର କରିଦେବାର ଧମକ ମଧ୍ୟ ଦେଇଥିଲେ l ଆକ୍ରମଣ ଘଟଣାରେ ୧୬ତାରିଖ ଦିନ ପୋଲିସ ୧୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା l ଆଜି R. ଉଦୟଗିରି ଥାନା ଅଞ୍ଜରଵା ଗ୍ରାମରୁ ତାକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି l ତେବେ ଏହି ଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି s.d.p.o ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.