Below header

ମଣିଷ-କୁମ୍ଭୀର ଲଢେଇ : ଅଦ୍ୟମ ସାହାସ ଦେଖାଇଲେ ଯୁବକ, କୁମ୍ଭୀର ମୁହଁରୁ ଛଡାଇ ଆଣିଲେ ନିଜ ଜୀବନ

କେନ୍ଦ୍ରାପଡା (କେ ନ୍ୟୁଜ) : ଇନ୍ଦୁପୁର ଅଂଚଳ ହାବେଳୀ ଗାଁର ମିଟୁ ସେଠୀ ଗାଇ ଚରାଇ କେନ୍ଦ୍ରାପଡାର ବିରୂପା ନଦୀରେ ପହଁରି ପହଁରି ଫେରୁଥିବାବେଳେ ଆକ୍ରମଣ କଲା ୧୨ ଫୁଟ ଲମ୍ବର କୁମ୍ଭୀର । ତେବେ କୌଶଳ କ୍ରମେ କୁମ୍ଭୀର ସହ ଲଢ଼େଇ କରି ବଂଚିଯାଇଛନ୍ତି ମିଟୁ । ନିଜର ଅଦ୍ୟମ ସାହସ ବଳରେ ନିଜ ଜୀବନକୁ କୁମ୍ଭୀର ମୁହଁରୁ ଛଡାଇ ଆଣିଛନ୍ତି ମିଟୁ।

କୁମ୍ଭୀର ହାବୁଡରେ ମଣିଷ । ଦୁହେଁ ପାଣି ଭିତରେ କରିଥିଲେ ୧୦ ମିନିଟ୍ ର ମଣିଷ-କୁମ୍ଭୀର ଲଢେଇ । ଇନ୍ଦୁପୁର ଅଂଚଳର ମିଟୁ ସେଠୀ ଗାଈ ଚରେଇ ସାରିବା ପରେ ପହଁରି ପହଁରି ନଦୀ ପାର ହୋଇ ଘରକୁ ଫେରୁଥିଲେ । ଏହି ସମୟରେ ସେ ହଠାତ୍‌ ଏକ କୁମ୍ଭୀର ହାବୁଡରେ ପଡିଯାଇଥିଲେ । ମିଟୁଙ୍କ ଉପରକୁ ଆକ୍ରମଣ କରିଥିଲା କୁମ୍ଭୀର । କୁମ୍ଭୀର ମିଟୁଙ୍କ ଗୋଡକୁ କାମୁଡି ସେ କୁମ୍ଭୀର ସହ ପ୍ରାୟ ୧୦ ମିନିଟ୍ କାଳ ଲଢ଼େଇ କରିଥିଲେ । ଶେଷରେ ଖଣ୍ଡିଆ ଖାବରା ହୋଇ କୁମ୍ଭୀର ମୁହଁରୁ ଖସିବାରେ ସକ୍ଷମ ହୋଇଥିଲେ ମିଟୁ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି ।

ଦୁଇମାସ ତଳେ ଏହି ନଦୀରେ ପଟ୍ଟାମୁଣ୍ଡାଇ ଅଂଚଳରେ ଦୁଇ ଜଣଙ୍କୁ ଟାଣି ନେଇଥିଲା କୁମ୍ଭୀର । କେନ୍ଦ୍ରାପଡାରେ ବାରମ୍ବାର ଏଭଳି କୁମ୍ଭୀର ଆକ୍ରମଣ ହେଉଥିଲେ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଠୋସ ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.