କଟକ: ଅସହ୍ୟ ହେଲା ପ୍ରେମିକାର ତାଡ଼ନା, ଶେଷରେ ଟ୍ରେନ୍‌ ଲାଇନ୍ କଡରୁ ସୁଇସାଇଡ ନୋଟ ସହିତ ମିଳିଲା ପ୍ରେମିକଙ୍କ ମୃତଦେହ

କଟକ: ଅସହ୍ୟ ହେଲା ପ୍ରେମିକାର ତାଡ଼ନା। ଶେଷରେ ପ୍ରାଣ ହାରିଦେଲେ ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକରେ। ତାଳଦଣ୍ଡା କେନାଲ ରେଳ ଲାଇନ ଉପରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କଟକ ରାଉସାପାଟଣାର ମନୋଜ ସ୍ୱାଇଁ ବୋଲି ଚିହ୍ନଟ ହୋଇଛି। ତାଙ୍କ ନିକଟରୁ ସୁଇସାଇଡ ନୋଟ ଉଦ୍ଧାର କରାଯାଇଛି। ସେପଟେ ମନୋଜଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଗତକାଲି ବି ସଂପୃକ୍ତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଟ୍ରେନ୍‌ ଆଗକୁ ଡେଇଁବାକୁ ଉଦ୍ୟମ କରିଥିଲେ । ଏନେଇ ଯୁବକଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.