Below header

ଶାକାହାରୀ କିନ୍ତୁ ଅଣ୍ଡା ସୌକିନ୍‌, ପ୍ରତିଦିନ ୫ଟି ସିଝା ଅଣ୍ଡା ଖାଉଛି ଏହି ଛେଳି

ମହାରାଷ୍ଟ୍ର : ଆମେ ଆଜି ଯାଏଁ ଏହା ପଢ଼ିଆସିଛନ୍ତି ଏବଂ ଶୁଣିଛନ୍ତି ଛେଳି ଏକ ଶାକାହାରୀ ଜୀବ। ସେ ଗଛର ପତ୍ର, ଚାରା ଏବଂ ଗଛର ଫୁଲ ଫଳ ଖାଇ ନିଜ ପେଟ ଭର୍ତ୍ତି କରେ। କିନ୍ତୁ ମହାରାଷ୍ଟ୍ରର ସାଙ୍ଗଲୀରେ ରହୁଥିବା ଏହି ଛେଳି ପ୍ରତିଦିନ ୨ ରୁ ୫ ଅଣ୍ଡା ଖାଇଥାଏ। ଏହି ଛେଳି ସାଙ୍ଗଲୀ ଜିଲ୍ଲାର ବଜାର ଗାଁରେ ଥିବା ଦତ୍ତାତ୍ରେୟ ଯାଧବ ଫାର୍ମ ହାଉସରେ ରହୁଛି।

goatଯାଧବ କହିଛନ୍ତି ତାଙ୍କ ଫାର୍ମରେ କୁକୁଡା ବି ରହିଛି। କିଛି ଦିନ ହେବ ତାଙ୍କ ଫାର୍ମରୁ କୁକୁଡା ଅଣ୍ଡା ଗାୟବ ହେବାକୁ ଲାଗିଲା। ସେ ଯେତେବେଳେ ଏହା ବିଷୟରେ ଜାଣିବାକୁ ଚାହିଁଲେ ଏବଂ ଯାଞ୍ଚ କଲେ ସେତେବେଳେ ଜଣାପଡିଲା ତାଙ୍କ ଫାର୍ମରେ ଥିବା ଏକ ଛେଳି କଞ୍ଚା ଅଣ୍ଡା ଖାଉଛି।

eggଯାଧବଙ୍କ କହିବକଥା ଯେ ଅଣ୍ଡା ଖାଇବା ପରେ ମଧ୍ୟ ଛେଳିର ସ୍ୱାସ୍ଥ୍ୟରେ କୌଣସି ପ୍ରକାର ସମସ୍ୟା ହେଲାନାହିଁ ବରଂ ସେ କ୍ଷୀରର ପରିମାଣ ଅଧିକ କରିଦେଲା। ଏହାପରେ ଯାଧବ ଛେଳିଟିକୁ ସବୁବେଳେ ଅଣ୍ଡା ଖୁଆଇବା ଆରମ୍ଭ କରିଦେଲେ। ସେ ଜଣାଇଛନ୍ତି ଯେ ସିଝା ଅଣ୍ଡାରେ ପ୍ରୋଟୀନ ରହିଥାଏ। ଏବଂ ଯଦି ଛେଳି ଏହାକୁ ଖାଇବ ତାର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ସେ ଆହୁରି ଅଧିକ କ୍ଷୀର ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.