Below header

କଟକରେ ଅଘଟଣ: ନିମସାହିରେ ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ

ପୁଣି ମୁକୁଳା ଡ୍ରେନ୍‌ ନେଲା ଜୀବନ। କଟକ ନିମସାହିରେ ଥିବା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ରାହୁଲ। ତାଙ୍କ ଘର ରାଜସ୍ଥାନରେ।

କଟକ(କେନ୍ୟୁଜ୍): କଟକରେ ଅଘଟଣ। ପୁଣି ମୁକୁଳା ଡ୍ରେନ୍‌ ନେଲା ଜୀବନ। କଟକ ନିମସାହିରେ ଥିବା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ରାହୁଲ। ତାଙ୍କ ଘର ରାଜସ୍ଥାନରେ। ଲଗାଣ ବର୍ଷା ଯୋଗୁଁ ଡ୍ରେନ୍‌ରେ ଅଧିକ ପାଣି ଜମିରହିଥିଲା।

ଯୁବକ ଜଣକ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସୁଥିବାବେଳେ ଡ୍ରେନ୍‌ରେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.