ଚନ୍ଦ୍ରୟାନ-୩ ଟିମ୍‌ରେ ଓଡ଼ିଆ ପୁଅ ଶୁଭାଶିଷ: ସଫଳ ଉତ୍‌କ୍ଷେପଣ ଓ ନିର୍ମାଣ ଟିମ୍‌ରେ ରହିଛି ଯୋଗଦାନ

ଏଲ୍‌ଭିଏମ୍‌-୩ ଫ୍ୟାଟ୍‌ବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍‌ନିସିଆନ ଟିମ୍‌ରେ ସେ ସାମିଲ ହୋଇଥିଲେ । ଚନ୍ଦ୍ରୟାନର ସଫଳ ଉତ୍‌କ୍ଷେପଣ ଓ ଏହାର ନିର୍ମାଣ ଟିମ୍‌ରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା' ନିର୍ମଳା ନାୟକ ଜଣେ ଗୁହିଣୀ । ଶୁଭାଶିଷଙ୍କ ଜଣେ ସାନ ଭଉଣୀ ଅଛନ୍ତି ।

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଚନ୍ଦ୍ରୟାନ-୩ ଟିମ୍‌ରେ ଓଡ଼ିଆ ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁର ଯୁବକ ଶୁଭାଶିଷ ସାମଲ ଚନ୍ଦ୍ରୟାନ-୩ରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଶୁଭାଶିଷ ଦୋହଳିସ୍ଥିତ ବିବି ମଡେଲ୍‌ ହାଇସ୍କୁଲରୁ ୨୦୦୯ରେ ମାଟ୍ରିକ୍‌ ପାସ କରିଥିଲେ । ଜଣେ ଟେକ୍‌ନିସିଆନ ହେବା ଲକ୍ଷ୍ୟରେ ପ୍ରଥମେ ୩ ବର୍ଷ ଆଇଟିଆଇ ପଢ଼ିବା ପରେ ସିଟିଟିସିରେ ୩ ବର୍ଷ ପଢ଼ିଥିଲେ । ପରେ ଇସ୍ରୋରେ ନିଯୁକ୍ତି ପାଇବାରେ ସଫଳ ହୋଇଥିଲେ । ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ଯ୍ୟରତ ଅଛନ୍ତି ।

ଚନ୍ଦରପୃଷ୍ଠକୁ ଉତ୍‌କ୍ଷେପଣ ହୋଇଥିବା ଏଲ୍‌ଭିଏମ୍‌-୩ ଫ୍ୟାଟ୍‌ବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍‌ନିସିଆନ ଟିମ୍‌ରେ ସେ ସାମିଲ ହୋଇଥିଲେ । ଚନ୍ଦ୍ରୟାନର ସଫଳ ଉତ୍‌କ୍ଷେପଣ ଓ ଏହାର ନିର୍ମାଣ ଟିମ୍‌ରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ନିର୍ମଳା ନାୟକ ଜଣେ ଗୁହିଣୀ । ଶୁଭାଶିଷଙ୍କ ଜଣେ ସାନ ଭଉଣୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.